ଭୁବନେଶ୍ୱର: ଅନ୍ଲାଇନ୍ରେ ପାଠ ପଢ଼ିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ନେଇ ହ୍ୱାଟ୍ସଆପ୍ ଗ୍ରୁପ କରିବେ।ବିଭିନ୍ନ ବିଷୟର ବିଭିନ୍ନ ଗ୍ରୁପ ତିଆରି ହେବ। ଏହା ମାଧ୍ୟମରେ ହେବ ଅନ୍ଲାଇନ୍ କ୍ଲାସ। ଏନେଇ ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ। କରୋନା ମହାମାରୀ ଲାଗି କଲେଜ ଖୋଲି ଶିକ୍ଷାଦାନ କରିବା ଅସମ୍ଭବ ହେଉଥିବାରୁ ଏହି ବିକଳ୍ପ ବ୍ୟବସ୍ଥା ଦ୍ୱାରା ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଇପାରିବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ହ୍ୱାଟ୍ସଆପ୍ ଗ୍ରୁପରେ ନିଜ ନିଜ ବିଷୟରେ ଇଣ୍ଟରନେଟ୍ ଲିଙ୍କ ଯୋଗାଇଦେବେ ଅଧ୍ୟାପକ। ଏହାସହବପ୍ରତି ୧୫ ଦିନରେ ଥରେ ଅନ୍ଲାଇନ ଡାଉଟ୍ କ୍ଲିଅରିଂ କ୍ଲାସ୍ ନେବେ ଅଧ୍ୟାପକ। ଅନ୍ଲାଇନ କ୍ଲାସ୍ ସଠିକ୍ ଭାବେ ଚାଲିଛି କି ନାହିଁ ସେନେଇ କଲେଜ ଅଧ୍ୟକ୍ଷମାନେ ପ୍ରତି ମାସରେ ନିର୍ଦ୍ଦେଶାଳୟକୁ ରିପୋର୍ଟ ଦେବା ନେଇ ନିଷ୍ପତ୍ତି ହୋଇଛି।
BREAKING NEWS
- ବିଜେଡି ଛାଡ଼ିଲେ ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର
- ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ବଡ଼ ଖୁଲାସା: ତେଲେଙ୍ଗାନାରୁ ପୋଷ୍ଟ ହୋଇଥିଲା ଭିଡିଓ, ୪ ଗିରଫ
- ବିଜେପି ଛାଡିଲେ ଅଭିନେତ୍ରୀ ଜିନା ସାମଲ
- ଅମେଠିରୁ ଟିକେଟ ମିଳିବା ପରେ ଆସିଲା କିଶୋରୀ ଲାଲଙ୍କ ପ୍ରତିକ୍ରିୟା, କହିଲେ ୪୦ ବର୍ଷ ଧରି ସେବା କରିଆସିଛି
- ଧାର୍ଯ୍ୟ ହେଲା ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ସୀମା: ବାଇକ ପାଇଁ ୨୦୦, କାର ପାଇଁ ୫୦୦ ଟଙ୍କା
- ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ
- ଆଜି ରାୟଗଡ଼ା ଆସିବେନି ରାହୁଲ, ରାୟବରେଲିରେ ନାମାଙ୍କନ ଦାଖଲ ଯୋଗୁଁ ଓଡ଼ିଶା ଗସ୍ତ ବାତିଲ
- ରାୟବରେଲୀରୁ ଲଢ଼ିବେ ରାହୁଲ, ଆମେଠିରୁ ପ୍ରାର୍ଥୀ ହେଲେ କିଶୋରୀଲାଲ ଶର୍ମା
- ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, ପ୍ରଚାରରେ କମ୍ପବ ମୈଦାନ
- ଆସନ୍ତାକାଲିଠୁ ତାତିରେ ବ୍ରେକ୍, ୧୦ ଯାଏ ପ୍ରବଳ ବର୍ଷା