Latest Odisha News

ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଯୁବପିଢ଼ିଙ୍କ ନିଆରା ଅଭିଯାନ ‘ଘରେ ଘରେ ଜଗନ୍ନାଥ’

କଟକ: ଭାଇଚାରାର ସହର କଟକରେ ଦେଖିବାକୁ ମିଳିଛି ଏକ ନିଆରା ଜିନିଷ। କିଛି ଯୁବପିଢି ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଘର କାନ୍ଥ ମାନଙ୍କରେ ମହାପ୍ରଭୁଙ୍କ ଚିତ୍ର ଅଙ୍କନ କରି ଆରମ୍ଭ କରିଛନ୍ତି ଘରେ ଘରେ ଜଗନ୍ନାଥ ଅଭିଯାନ।

ଓଡିଶାର ସମସ୍ତ ସ୍ଥାନରେ ରଥଯାତ୍ରା ବନ୍ଦ ପରେ ଭକ୍ତ ମାନେ ମନଦୁଃଖ କରି ଆତ୍ମନିବେଦନ କରୁଥିବା ସମୟରେ କଟକର ଚିତ୍ରଶିଳ୍ପୀ ଚନ୍ଦ୍ରପ୍ରକାଶ ରାଉତରାୟଙ୍କ ଅଭିନବ ପ୍ରୟାସ ସମସ୍ତଙ୍କ ହୃଦୟସ୍ପର୍ଶୀ ହୋଇପାରିଛି, ପ୍ରତି ଘରେ ମହାପ୍ରଭୁ ମୁରବୀ ଓ ସେ ସବୁଆଡେ ଅଛନ୍ତି ମାତ୍ର ତାଙ୍କ ଉପସ୍ଥିତି ସହ ଭକ୍ତ ସମାଜକୁ ଯୋଡିବାର ଏକ ପ୍ରୟାସ ରୂପେ ଆରମ୍ଭ କରିଛନ୍ତି “ଘରେ ଘରେ ଜଗନ୍ନାଥ” କାର୍ଯ୍ୟକ୍ରମ । ଗୋଟେ ଛୋଟ ପ୍ରୟାସ ରଥଯାତ୍ରା ଦିନ ଠାରୁ ମଙ୍ଗଳାବାଗରୁ ଆରମ୍ଭ କରିଛନ୍ତି ,ଚିତ୍ରଶିଳ୍ପୀ ଚନ୍ଦ୍ର ପ୍ରକାଶ ରାଉତରାୟଙ୍କ ଉଦ୍ୟମରେ କିଛି ଯୁବ ଚିତ୍ରଶିଳ୍ପୀ ମିଶି ସମସ୍ତଙ୍କ ଘର ଦ୍ବାରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମୂଖଚିତ୍ର ଆଙ୍କୁଛନ୍ତି, ଏବଂ ବଡକଥା ହେଲା ଏଥି ପାଇଁ କୌଣସି କଳାକାର ପ୍ରାପ୍ୟ ନେଉନାହାନ୍ତି କିମ୍ବା କାହାଠାରୁ ଟଙ୍କାଟିଏ ମଧ୍ୟ ନେଉ ନାହାନ୍ତି ।

ମାନ୍ୟବର ସୁପ୍ରିମକୋର୍ଟଙ୍କ ରଥଯାତ୍ରା ସ୍ଥଗିତ ରାୟ ପରେ ପୁନର୍ବିଚାର ରାୟ ପରେ ସମସ୍ତେ ଏହାକୁ ମହାପ୍ରଭୁଙ୍କ ଲୀଳା କହୁଥିବା ସମୟରେ ଶ୍ରୀକ୍ଷେତ୍ର ବ୍ୟତୀତ ଅନ୍ୟସ୍ଥାନରେ ରଥଯାତ୍ରା ବନ୍ଦ ହୋଇଛି । ଏଥିରେ ଘରେ ଘରେ ଭକ୍ତ ମାନଙ୍କ ଆକୁଳ ନିବେଦନରେ ମହାପ୍ରଭୁ ଭାବଗ୍ରାହୀ ହୋଇ ଶ୍ରୀକ୍ଷେତ୍ରରେ ରଥାରୂଢ ହୋଇଛନ୍ତି ମାତ୍ର ଭକ୍ତ ଓ ଭଗବାନ ମଧ୍ୟରେ କରୋନା ମହାମାରୀର ଭୟାଭହତା ଏକ ଲକ୍ଷ୍ମଣରେଖା ଟାଣି ଦେଇଛି।  ନା’ ଭକ୍ତଟିଏ ରଥଟାଣିଛି ନା ସିଧାସଳଖ ଦର୍ଶନ କରିପାରୁଛି ତା’ର ଅତିଆପଣାର କାଳିଆ ସାଆନ୍ତକୁ । ପ୍ରତ୍ୟକ୍ଷ ନଦେଖି ପାରିଲେ ସୁଦ୍ଧା ପରୋକ୍ଷରେ ନିଜ ଆଦ୍ୟ ଦେବତାଙ୍କୁ ଘର ଅଗଣାରେ ଦେଖି ସନ୍ତୁଷ୍ଟ ହେଉଛନ୍ତି ଜନସାଧାରଣ ।

Leave A Reply

Your email address will not be published.