ପାଟଣା: ବଜ୍ରପାତ ଯୋଗୁଁ ଉତ୍ତର ବିହାରର ଆଠଟି ଜିଲ୍ଲାରେ ୨୬ଜଣ ବ୍ୟକ୍ତିଙ୍କର ଗୁରୁବାର ଦିନ ମୃତ୍ୟୁ ଘଟିଛି। ଗୋଟିଏ ସପ୍ତାହ ମଧ୍ୟରେ ବିହାରରେ ବଜ୍ରପାତ ଜନିତ ମୃତ୍ୟୁର ଏହା ତୃତୀୟ ଘଟଣା। ଏହା ପୂର୍ବରୁ ଜୁନ୍ ୨୫ ତାରିଖ ଦିନ ରାଜ୍ୟର ୨୨ଟି ଜିଲ୍ଲାରେ ବଜ୍ରପାତ କାରଣରୁ ୯୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।
ଏହାପରେ ପୁଣି ଜୁନ୍ ୩୦ ତାରିଖ ଦିନ ପାଞ୍ଚଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ଏଗାର ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ।
ଗୁରୁବାର ଦିନ ବଜ୍ରପାତରେ ପାଟଣାର ୬ଜଣ, ସମସ୍ତିପୁରରେ ୭ଜଣ, ପୂର୍ବ ଚମ୍ପାରଣରେ ୪ଜଣ, ସମସ୍ତିପୁରରେ ୩ ଜଣ, କଠିଆରରେ ୪ଜଣ, ଶେଓହରରେ ୨ଜଣ, ମାଧେପୁରରେ ୨ଜଣ ଏବଂ ପୁରନିଆ ଏବଂ ପଶ୍ଚିମ ଚମ୍ପାରଣରେ ୧ଜଣ ଲେଖାଏଁ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା । ବଜ୍ରପାତରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଅର୍ଥରାଶି ଘୋଷଣା କରିଛନ୍ତି। ଝଡ଼ବତାସ ପାଗ ସମୟରେ ଲୋକେ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।
BREAKING NEWS
- ‘ମଧୁବାଲା’ଙ୍କ ବାୟୋପିକରେ ନଜର ଆସିବେ ସାରା ଅର୍ଜୁନ, ଜାଣନ୍ତୁ କେବେଠୁ ସୁଟିଂ ଆରମ୍ଭ…
- ମନ୍ତ୍ରୀଙ୍କ କାରକେଡକୁ ଧକ୍କା ଦେଲା ଦ୍ରୁତଗାମୀ କାର, ୬ ଆହତ
- ମକ୍କା ପ୍ରତିରକ୍ଷା ଚୁକ୍ତିରେ ଯୋଗ ଦେବକି ଇରାନ; ଏହି ଦେଶ କଲେ ନିମନ୍ତ୍ରଣ
- Recover suspected IED: ବସ୍ ଷ୍ଟାଣ୍ଡ ନିକଟରୁ ସନ୍ଦିଗ୍ଧ IED ଓ ଅସ୍ତ୍ରଶସ୍ତ୍ର ଜବତ; ୩ଗିରଫ
- ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧର ଆଶଙ୍କା: ଆମେରିକା ଘାଟି ଉପରେ ‘ପ୍ରଥମ ପ୍ରହାର’ କରିବ ଇରାନ!
- ହକି ବିଶ୍ୱକପ: ସେମିରେ ପ୍ରବେଶ ପାଇଁ ଏବେ ବି ଭାରତ ନିକଟରେ ରହିଛି ସୁଯୋଗ
- ବିଜେଡିର ସାଂଗଠନିକ ପୁନର୍ବିନ୍ୟାସ: ନୂଆ ରୂପରେ ‘ବିଜୁ ଶ୍ରମିକ ସମ୍ମୁଖ୍ୟ’, ନବୀନଙ୍କ ମୋହର
- Jaish Headquarters: ପାକିସ୍ତାନରେ ପୁଣି ଠିଆ ହେଉଛି ଜୈଶ୍ର ଆତଙ୍କୀ ଆଡ୍ଡା;ସାଟେଲାଇଟ୍ ଚିତ୍ରରୁ ପଦାରେ ପଡ଼ିଲା ISIର ଚକ୍ରାନ୍ତ
- ବେକରେ ରହିଛି କଳା ଦାଗ, ଦେହରେ ଗୁଡ଼ା ହୋଇଛି ବେଡସିଟ୍: କେନ୍ଦୁଝର ଗୁଟୁରରେ ମହିଳାଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ
- ଗାଡ଼ି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସାଉଥ୍ ସୁପରଷ୍ଟାର ଅଜିଥ କୁମାର

Comments are closed.