Latest Odisha News

BREAKING NEWS

ଦିଶାଙ୍କ ମୃତ୍ୟୁ ଘଟଣାରେ ସୋସିଆଲ ସାଇଟରେ ସୂରଜଙ୍କ ନାମ ଉଠିଲା, ଅଭିନେତା କହିଲେ ଏହା ସମ୍ପୂର୍ଣ୍ଣ ଗୁଜବ

ମୁମ୍ବାଇ: ସ୍ୱର୍ଗତଃ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟନଙ୍କ ମୃତ୍ୟୁରେ ସୂରଜ ପାଂଚୋଲିଙ୍କ ସମ୍ପୃକ୍ତି ନେଇ ଖବର ସୋସିଆଲ ସାଇଟରେ ଭାଇରାଲ ହୋଇଛି । ତେବେ ଆଦିତ୍ୟ ପାଂଚୋଲିଙ୍କ ପୁତ୍ର ତାଙ୍କ ନାମରେ ଉଠିଥିବା ଏହି ଖବରକୁ ସମ୍ପୂର୍ଣ୍ଣ ଭାବେ ଗୁଜବ ବୋଲି କହିଛନ୍ତି । ଦିଶାଙ୍କୁ ମୁଁ ଜାଣି ନାହିଁ, ଯିଏ ଏବେ ଏ ଦୁନିଆରେ ନାହାନ୍ତି ସେମାନଙ୍କ ବିଷୟରେ ଏ ଭଳି କଥା କହିବା ଠିକ୍ ନୁହେଁ । ସୂଚନାଯୋଗ୍ୟ, ସୋସିଆଲ ସାଇଟରେ ସୂରଜ ଦିଶାଙ୍କ ସହ ସମ୍ପର୍କ ରଖିଥିଲେ ।

ଏ ବିଷୟରେ କେବଳ ସୁଶାନ୍ତ ଜାଣିଥିଲେ । ଦିଶା ଗର୍ଭବତୀ ହେବା ପରେ ସୂରଜ ତାଙ୍କୁ ଧମକ ଚମକ ଦେବା ସହ ଛୁଆକୁ ନଷ୍ଟ କରିବା ପାଇଁ କହିଥିଲେ ସେ ମନା କରିବା ପରେ ଜିୟା ଖାଁଙ୍କ ପରି ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏଥିରେ ମଧ୍ୟ ସଲମାନ ଖାଁଙ୍କ ହାତ ଥିବା ଉକ୍ତ ରିପୋର୍ଟରେ ସନ୍ଦେହ ବ୍ୟକ୍ତ କରାଯାଇଛି । ଇନଷ୍ଟ୍ରାଙ୍ଗାମ ଜଷ୍ଟିସ ଫର ସୁଶାନ୍ତ ସିଂ ରାଜପୁତ ଟ୍ୟାଗରେ ଏହାକୁ ଶେୟାର କରାଯାଇଛି । ଦିଶା  ୧୦ଜୁନରେ ୧୪ତମ ମହଲାରୁ ଡେଇଁ ଓ ଜିୟା ଖାଁ ୩ ଜୁନ ୨୦୧୩ରେ ଆତ୍ମହତ୍ୟା କରିଥିଲେ । ଦିଶାଙ୍କ ମୃତ୍ୟୁର ୪ ଦିନ ପରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ ।

 

Leave A Reply

Your email address will not be published.