Latest Odisha News

BREAKING NEWS

ହତ୍ୟାକାଣ୍ଡକୁ ନେଇ ସମ୍ବଲପୁରରେ ଉତ୍ୟକ୍ତ ଲୋକଙ୍କ ଥାନା ଘେରାଉ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଅଇଁଠାପାଲି ଥାନାରେ ଛୁରାମାଡରେ ଜଣେ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି ସ୍ଥାନୀୟ ବାସିନ୍ଦା ଥାନା ଘେରାଉ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନା ଅନୁଯାୟୀ ଛୁରାମାଡରେ ଯୁବକଙ୍କ ମୃତ୍ୟୁପରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି କରମାଟୁଲି ଗ୍ରାମର ଗ୍ରାମବାସୀମାନେ ଅଇଁଠାପାଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏହି ଘେରାଉ କରିଛନ୍ତି ।

ଛୁରାମାଡରେ କରମାଟୁଲି ଗ୍ରାମର ବିଶାଳ ଖଡିଆ ମୃତ୍ୟୁପରେ ଏକ ତଦନ୍ତ ଜାରି କରି ସୋମବାର ରାତିରେ ପୋଲିସ ୩ ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି ଏବଂ ଛୁରାମାଡରେ ଆଉ କିଛି ଲୋକଙ୍କ ସମ୍ପୃକ୍ତି ନେଇ ଛାନଭିନ୍ ଜାରି ରହିଥିବା ପୋଲିସ କହିବା ସହ ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିବାରେ ପରିସ୍ଥତିି ଶାନ୍ତ ପଡିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.