ଭୁବନେଶ୍ୱର: ଚିର ନିଦ୍ରାରେ ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ । ଆଜି ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ । ତାପୂର୍ବରୁ ତାଙ୍କ ମର ଶରୀରକୁ ଆଜି ସକାଳେ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା । ସେଠାରେ ଦଳର ବହୁ ତୁଙ୍ଗ ନେତା ତାଙ୍କୁ ଶେଷ ଦର୍ଶନ କରିଥିଲେ । ଦିବଂଗତ ନେତାଙ୍କୁ ଜଣାଇଥିଲେ ଶ୍ରଦ୍ଧାଞ୍ଜଳି ।
ବିଜେଡି କାର୍ଯ୍ୟାଳୟରୁ ପାର୍ଥିବ ଶରୀର ବିଧାନସଭା ପରିସରରେ ପହଞ୍ଚିଥିଲା । ସେଠାରେ ବିଷ୍ଣୁ ଦାସଙ୍କ ଅନ୍ତିମ ଦର୍ଶନ କରିଥିଲେ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅରୁଣ ସାହୁ ଓ କିଛି ବିଧାୟକ । ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଭୁବନେଶ୍ୱରରୁ ମର ଶରୀରକୁ ପ୍ରଥମେ ତିର୍ତ୍ତୋଲ ଓ ପରେ ଜଗତସିଂହପୁର ନିଆଯିବ । ନିର୍ବାଚନ ମଣ୍ଡଳୀର ଶୁଭେଚ୍ଛୁ, ସମର୍ଥକ, ନେତା, ଦଳୀୟ କର୍ମୀ ଶେଷ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ଜନ୍ମମାଟିରେ ଶେଷ କୃତ୍ୟ ସମ୍ପନ୍ନ କରାଯିବ ।
ଗତକାଲି ୬୬ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବିଷ୍ଣୁ ଦାସ । ଦୀର୍ଘଦିନରୁ ସେ ଅସୁସ୍ଥ ଥିଲେ । ତାଙ୍କ ବିୟୋଗରେ ଓଡ଼ିଶା ରାଜନୈତିକ ମହଲରେ ଶୋକର ଛାୟା । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦଳକ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି ।
BREAKING NEWS
- ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭରୁ ମତଦାନ କେନ୍ଦ୍ରରେ ଇଭିଏମ୍ ଅଚଳ, ଭୋଟର ଅସନ୍ତୁଷ୍ଟ
- ଆରମ୍ଭ ହେଲା ମୋଦୀଙ୍କ ମେଗା ରୋଡ ସୋ’, ଜନସମୁଦ୍ର ପାଲଟିଛି ବଡ଼ଦାଣ୍ଡ
- ଭୟଙ୍କର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ, ୧୭ ଘଣ୍ଟା ପରେ ଠାବ ହେଲା ହେଲିକପ୍ଟର
- ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ; ୮ ରାଜ୍ୟରେ ୪୯ ଲୋକସଭା ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
- ଶ୍ରୀମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦୀ: ଦର୍ଶନ ପରେ ରୋଡ ସୋ’ ଆରମ୍ଭ, ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ
- ବଙ୍ଗୋପସାଗରରେ ଦାନାବାନ୍ଧୁଛି ବାତ୍ୟା, ଓଡ଼ିଶାମୁହାଁ ହେବା ନେଇ ଆକଳନ
- ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୫ ଲୋକସଭା,୩୫ ବିଧାନସଭାର ଭାଗ୍ୟ ନିର୍ଦ୍ଧାରଣ
- ସ୍ୱାସ୍ଥ୍ୟ ପାଇଁ ଉପକାରୀ ତରଭୁଜ
- ଏନସିଏ ହାଇ ପର୍ଫମାନ୍ସ ପ୍ରୋଗ୍ରାମ: ୩୦ ଖେଳାଳିଙ୍କ ମଧ୍ୟରେ ଶ୍ରେୟାଶ ଆୟାର, ଈଶାନ କିଶାନ
- ଭୁବନେଶ୍ଵରରେ ମୋଦୀ, ଦଳୀୟ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର