Latest Odisha News

BREAKING NEWS

ମାଲକାନଗିରି ଜିଲ୍ଲାକୁ ୧୩ ଜିଲ୍ଲାବାସୀଙ୍କୁ ମନା

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାକୁ ୧୩ ଜିଲ୍ଲାବାସୀଙ୍କୁ ପ୍ରବେଶ ମନା । ଜିଲ୍ଲାରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ଏଭଳି କଟକଣା ଜାରି କରିଚନ୍ତି ମାଲକାନଗିରି ଜିଲ୍ଲା ପ୍ରଶାସନ । ଗଂଜାମ, କଟକ, ଭଦ୍ରକ, ଖୋର୍ଧା, ଯାଜପୁର, ନୟାଗଡ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ, କେନ୍ଦ୍ରାପଡା, ଗଜପତି, ବାଲେଶ୍ୱର ଏବଂ ଜଗତସିଂହପୁର ଜିଲ୍ଲାବାସୀଙ୍କୁ ମାଲକାନଗିରି ଜିଲ୍ଲା ଆସିବା ନେଇ କଟକଣା ଜାରି ହୋଇଛି ।

ରାଜ୍ୟରେ ରେଡ୍ ଜୋନରେ ଥିବା ଜିଲ୍ଲା ଗୁଡିକରୁ ଯଦି କୌଣସି ଲୋକ ମାଲକାନଗିରିକୁ ଆସୁଛନ୍ତି ତେବେ ସେମାନଙ୍କୁ ୧୪ ଦିନିଆ ସଂଗରୋଧରେ ବାଧ୍ୟତାମୂଳକ ରହିବାକୁ ପଡିବ । ବିଶେଷ ସ୍ଥିତିରେ ଘରୋଇ ସଂଗରୋଧରେ ବି ରଖାଯିବ । ତେବେ ଏହା ମଧ୍ୟରେ ସଂକ୍ରମଣ ଜଣାପଡିଲେ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଏହି ନିୟମର ଉଲଂଘନ କଲେ ୨୦୦୫ ଜାତୀୟ ବିପର୍ଯ୍ୟୟ ପରିଚାଳନା ନିୟମ ଏବଂ ୧୯୯୭ ମହାମାରୀ ନିୟମ ଅନୁସାରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.