Latest Odisha News

BREAKING NEWS

ଅମିତାଭଙ୍କ ପରେ ଅଭିଷେକ ବଚ୍ଚନ କରୋନା ସଂକ୍ରମିତ

ମୁମ୍ୱାଇ: ବାପାଙ୍କ ପରେ ପୁଅ । ଅମିତାଭ ବଚ୍ଚନଙ୍କ ପରେ କରୋନା ସଂକ୍ରମିତ ହୋଇଛନ୍ତି ପୁଅ ଅଭିଷେକ ବଚଚ୍ନ । ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ବି ପଜିଟିଭ୍ ବାହାରିଛି । ଅଭିଷେକ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।

ଅଭିଷେକ ଲେଖିଛନ୍ତି, ‘ଆଜି ପ୍ରଥମେ ବାପାଙ୍କର ଓ ପରେ ମୋର କୋଭିଡ୍ ରିପୋର୍ଟ ପଜିଟିଭ ବାହାରିଛି । ଆମର ସାମାନ୍ୟ ଲକ୍ଷଣ ରହିଛି ଓ ହସ୍ପିଟାଲରେ ଭର୍ତ୍ତି ହୋଇଛୁ । ଆମେ ଏନେଇ ସମସ୍ତଙ୍କୁ ଅବଗତ କରାଇଛୁ ଏବଂ ଆମ ପରିବାର ଓ କର୍ମଚାରୀଙ୍କର କୋଭିଡ ଟେଷ୍ଟ କରାଯାଇଛି’ । ଏହାସହ ଆତଙ୍କିତ ନହେବାକୁ ସମସ୍ତଙ୍କୁ କହିଛନ୍ତି ଅଭିଷେକ ।

ଆଜି ପ୍ରଥମେ ଅମିତାଭ ବଚ୍ଚନ କରୋନା ସଂକ୍ରମିତ ହୋଇଥିବା ଟ୍ୱିଟ୍ କରି ସୂଚନା ଦେଇଥିଲେ । ତାର କିଛି ସମୟ ପରେ ପୁଅ ଅଭିଷେକ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ଦେଇଛନ୍ତି । ଅମିତାଭ ଓ ଅଭିଷେକ କରୋନା ସଂକ୍ରମିତ ହୋଇଥିବା ବେଳେ ବଲିଉଡର ବହୁ ସେଲିବ୍ରିଟ୍ ଓ ଫ୍ୟାନ ସେମାନଙ୍କର ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.