Latest Odisha News

BREAKING NEWS

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟୁଟ ପରିବାର

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ ତାଙ୍କ କ୍ୟୁଟ ପରିବାରର ଏକ ଫଟୋ ଛାଡିଛନ୍ତି । ଯାହା କି ଏହି ପ୍ଲାଟଫର୍ମରେ ବେଶ୍ ପସନ୍ଦ କରାଯାଉଛି । ଏହି ଫଟୋରେ ପତ୍ନୀ ନତାଶ ଷ୍ଟାନକୋଭିଚଙ୍କ ସହ ସେମାନଙ୍କର ୩ଟି ପୋଷା କୁକୁର ଅଛନ୍ତି । ହାର୍ଦ୍ଦିକଙ୍କ କୋଳରେ ନତାଶ ଶୋଇଥିବା ବେଳେ ତାଙ୍କ ବେବି ବମ୍ପ ଫଟୋରେ ସ୍ପଷ୍ଟ ବାରି ହୋଇଯାଉଛି ।

ଖ୍ୟାତନାମା ଫଟୋଗ୍ରାଫର ରାହୁଲ ଝାଙ୍ଗିଆନି ସେମାନଙ୍କ ଏହି ଫଟୋ ଉଠାଇଥିଲେ । କରୋନା ମହାମାରୀ ଆରମ୍ଭ ସମୟରେ ହାର୍ଦ୍ଦିକ ଓ ନତାଶା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏହାର କିଛି ମାସ ପରେ ନତାଶ ଖୁବ୍‌ଶୀଘ୍ର ମାଆ ହେବାକୁ ଯାଉଛନ୍ତି ବୋଲି ହାର୍ଦ୍ଦିକ ଟୁଇଟ କରିଥିଲେ । ହାର୍ଦ୍ଦିକ ଓ ନାତାଶାଙ୍କ ଯୋଡିଙ୍କୁ ଯୁବ ପିଢ଼ୀ ବେଶ୍ ପସନ୍ଦ କରୁଛନ୍ତି ।

Leave A Reply

Your email address will not be published.