Latest Odisha News

BREAKING NEWS

କାଶରୁ ଜଣାପଡିବ କରୋନା ପଜିଟିଭ: ଆରଏମଆରସି

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ କାଶର ଶବ୍ଦକୁ ନେଇ ଗବେଷଣା ଚାଲିଛି । ସାଧାରଣ କାଶ ଓ କରୋନା କାଶ ମଧ୍ୟରେ କଣ ଫରକ ରହୁଛି ସେନେଇ ଗବେଷଣା କରାଯାଉଛି । ନିପି ଓ ଆରଏମଆରସି ସହଭାଗିତାରେ ଗବେଷଣା କରାଯାଉଥିବା ଆରଏମଆରସି ନିର୍ଦ୍ଦେଶିକ ସଂଘମିତ୍ରା ପତି ସୂଚନା ଦେଇଛନ୍ତି । ସେ କହିଛନ୍ତି, ନିପି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ଆପ୍ ମାଧ୍ୟମରେ କାଶର ଅଡିଓକୁ ରୋଗୀ ରେକର୍ଡ କରିବେ । ରେକର୍ଡ ହୋଇଥିବା ଏହି କାଶକୁ ନେଇ ପରୀକ୍ଷା କରାଯିବ । ଏବଂ କାଶରୁ ଜଣାପଡିବ ଯେ ରୋଗୀ କରୋନା ପଜିଟିଭ କି ନୁହେଁ ।

ଆରଏମଆରସି ନିର୍ଦେଶିକା ସଂଘମିତ୍ରା ପତିଙ୍କ ସୂଚନା ଅନୁସାରେ, ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋଲୋଜିକାଲ ସର୍ଭେ ରିପୋର୍ଟ ଆସିବା ପରେ ହିଁ ଗୋଷ୍ଠୀ ସଂକ୍ରମଣ ହୋଇଛି କି ନାହିଁ ତାହା ସ୍ପଷ୍ଟ ହେବ । ପୁରୀରେ ପଜିଟିଭ୍ ସଂଖ୍ୟା କମ୍ ଥିବାରୁ ବହୁତ କମ୍ ଆଂଟିବଡି ବାହାରିଛି । ଗଂଜାମରେ ଅଗଷ୍ଟ ପ୍ରଥମ ସପ୍ତାହରୁ ସେରୋଲୋଜିକାଲ ସର୍ଭେ ଆରମ୍ଭ ହେବ ଏବଂ ତାପରେ ଜଣାପଡିବ ଗଂଜାମରେ ଆଂଟିବଡି ବିକଶିତ ହୋଇଛି କି ନାହିଁ ବୋଲି ଡାକ୍ତର ପତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.