Latest Odisha News

ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଖେଳୁଛନ୍ତି ୱେଷ୍ଟଇଣ୍ଡିଜର ୧୪୦ କିଗ୍ରା ଓଜନ ବିଶିଷ୍ଟ ସ୍ପିନର

ମାଚେଂଷ୍ଟର:ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶୁକ୍ରବାରଠାରୁ ତୃତୀୟ କ୍ରିକେଟ ଟେଷ୍ଟ ଆରମ୍ଭ ହୋଇଛି । ୩୨ ବର୍ଷ ପରେ ଇଂଲଣ୍ଡ ମାଟିରେ ସିରିଜ ଜିତିବା ଲକ୍ଷ୍ୟରେ ଥିବା ୱେଷ୍ଟଇଣ୍ଡିଜ ଚୂଡାନ୍ତ ଦଳରେ ଜଣେ ଦମଦାର ଖେଳାଳିଙ୍କୁ ସାମିଲ କରିଛନ୍ତି । ୧୪୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ସ୍ପିନରଙ୍କ ନାମ ହେଲା ରାଖିମ କର୍ଣ୍ଣୱାଲ । ଅଧିନାୟକ ଜାସନ ହୋଲ୍ଡର ସବୁଠାରୁ ଓଜନ ଖେଳାଳିର ମାନ୍ୟତା ପାଇଥିବା ରାଖିମଙ୍କୁ ଟ୍ରମ୍ପକାର୍ଡ ଭାବେ ବିବେଚନା କରିଛନ୍ତି ।

୩ ମ୍ୟାଚ ବିଶିଷ୍ଟ ସିରିଜ ଏବେ ୧-୧ ସମାନ ସ୍ଥିତିରେ ରହିଛି । ରାଖିମ ଗତ ବର୍ଷ ଭାରତ ବିପକ୍ଷରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ । ଅଲଜାରୀ ଜୋସେଫଙ୍କ ବଦଳରେ ତାଙ୍କୁ ଚୂଡାନ୍ତ ଏକାଦଶରେ ରଖାଯାଇଛି ।

Leave A Reply

Your email address will not be published.