Latest Odisha News

BREAKING NEWS

ଓଏଏସ୍ ଅନିଶା ଦାସ ନିଲମ୍ବିତ

ଭୁୁବନେଶ୍ୱର: ଓଏଏସ ଅଧିକାରୀ ଅନିଶା ଦାସଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । କାର‌୍ୟ୍ୟରେ ଅବହେଳା ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହେଡକ୍ୱାର୍ଟର ନଛାଡିବାକୁ ଅନିଶାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ପୂର୍ବରୁ ବେତନଟୀ ତହସିଲଦାର ଦାୟିତ୍ୱରେ ଥିବା ଅନିଶା ଦାସଙ୍କୁ କଳାହାଣ୍ଡି ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା ।

ମୟୂରଭଂଜ ଜିଲ୍ଲା ବାରିପଦାରେ ବାଲି ମାଫିଆଙ୍କ ସହ ତହସିଲଦାରଙ୍କ ଲିଙ୍କ ଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି ଦଲାଲଙ୍କ ଉପସ୍ଥିିତିରେ ତହସିଲଦାର ଅନିଶା ଦାସ ଲକ୍ଷେ ଟଙ୍କା ଦାବି କରୁଥିବା ଅଡିଓ ଟେପ୍ ଭାଇରାଲ ହୋଇଥିଲା । ଆଜି କାର୍ଯ୍ୟରେ ଅବହେଳା ଦର୍ଶାଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଓଏସ୍ ଅନିଶା ଦାସଙ୍କୁ ନିଲମ୍ବତ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.