Latest Odisha News

BREAKING NEWS

ଭାରତ-ୱେଷ୍ଟଇଣ୍ଡିଜ ଶେଷ ଦିନିକିଆ: ସିରିଜ କବଜା କଲା ବିରାଟ ବାହିନୀ

ଥିରୁବନନ୍ତପୁରମ୍ : କେରଳର ଥିରୁବନନ୍ତପୁରମ୍ ସ୍ଥିତ ଗ୍ରୀନଫିଲ୍ଡ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଶେଷ ଦିନିକିଆ ମ୍ୟାଚରେ ବିରାଟ ବାହିନୀ ସିରିଜ ଉପରେ କବଜା କରିଛନ୍ତି ।

ଏହି ୫ଦିନିଆ ଶୃଙ୍ଖଳାକୁ ୩-୧ରେ ବାଜିମାତ କରିଛି ଭାରତୀୟ ଦଳ । ଆଜିର ମ୍ୟାଚରେ ଟସ୍ ଜିତି ୱେଷ୍ଟଇଣ୍ଡିଜ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ୩୧.୫ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୦୪ ରନ୍ରେ ଅଲଆଉଟ ହୋଇଥିଲା । ଭାରତୀୟ ଦଳ ୧୦୫ ରନ୍ ପିଛା କରି ୧୪.୫ ଓଭରରେ ୧ ୱିକେଟ ବିନିମୟରେ ଏହି ବିଜୟ ଲାଭ କରିଛନ୍ତି ।

ସିରିଜ ଜିତିବା ଲକ୍ଷ୍ୟନେଇ ମଇଦାନକୁ ଓହ୍ଲାଇଥିବା ଭାରତୀୟ ଦଳ ପକ୍ଷରୁ ରୋହିତ ଶର୍ମା ଧୂଆଧାର ରନ୍ କରି ଇନିଂସରେ ବିଜୟ ଲକ୍ଷ୍ୟ ସୁନିଶ୍ଚିତ କରିଥିଲେ । ଭାରତୀୟ ଦଳ ବୋଲିଂରେ ନିଜର ଦମଦାର ପ୍ରଦର୍ଶନ ଦେଖାଇ ରବୀନ୍ଦ୍ର ଜଡେଜା ୪ଟି ୱିକେଟ ହାତେଇଥିବା ବେଳେ ଖଲିଲ ଅହମ୍ମଦ ଓ ଯଶମିତ ବୁମରାହଙ୍କ ଖାତାରେ ୨ଟି ଲେଖାଏଁ ୱିକେଟ ପଡିଥିଲା । ଏହାଛଡା ଭୁବନେଶ୍ୱର କୁମାର ଓ କୁଲଦୀପ ଯାଦବଙ୍କୁ ୧ଟି ଲେଖାଏଁ ୱିକେଟ ମିଳିଥିଲା ।

Leave A Reply

Your email address will not be published.