Latest Odisha News

BREAKING NEWS

ଋଷ ଦେବ ପ୍ରଥମ କରୋନା ଟିକା, ଅଗଷ୍ଟ ୧୦ ସୁଦ୍ଧା ବଜାରକୁ ଆସିବା ସମ୍ଭାବନା

ମସ୍କୋ: କରୋନା ସଂକଟ ଭିତରେ ଭଲ ଖବର । ଟିକା ନେଇ ନୂଆ ଆଶା ଦେଖାଇଛି ଋଷ୍ । ଦୁଇ ସପ୍ତାହରୁ କମ୍ ସମୟ ଭିତରେ ଦୁନିଆର ପ୍ରଥମ କରୋନା ଟିକାକୁ ମଞ୍ଜୁରୀ ଦେବା ନେଇ ସୂଚନା ମିଳିଛି । ବିଶ୍ୱରେ ପ୍ରଥମ ଦେଶ ଭାବରେ କରୋନା ଭ୍ୟାକସିନକୁ ମଞ୍ଜୁରୀ ଦେବ ଋଷିଆ । ଏଥିପାଇଁ ପ୍ରସ୍ତୁତି ସରିଥିବା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ କରୋନା ଭ୍ୟାକସିନ ମଞ୍ଜୁରୀ ପାଇଁ ଅଗଷ୍ଟ ୧୦ ତାରିଖ କିମ୍ୱା ତାପୂର୍ବରୁ ଘୋଷଣା ଉପରେ ବିଚାର କରୁଛନ୍ତି ଋଷ ସରକାର । ଏହି ଟିକାକୁ ପ୍ରସ୍ତୁତ କରିଛନ୍ତି ମସ୍କୋ ସ୍ଥିତ ଗମଲେୟା ଇନଷ୍ଟିଚ୍ୟୁଟ୍ ।

ସାଧାରଣ ଲୋକଙ୍କ ଉପରେ ଟିକା ପ୍ରୟୋଗ ପାଇଁ ମଞ୍ଜୁରୀ ଦେବ ଋଷ । ତେବେ ଋଷ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭ୍ୟାକସିନ୍ ନେଇ ହ୍ୟୁମାନ ଟ୍ରାଏଲ ସମ୍ପର୍କିତ ସୂଚନା ଜାରି କରି ନାହିଁ । ଏହାକୁ ଦୃଷ୍ଟିରେ ରଖି ଋଷର କରୋନା ଟିକାର ପ୍ରଭାବକୁ ନେଇ ପ୍ରଶ୍ନବାଚୀ ବି ଉଠୁଛି । ସେ ଯାହା ହେଉନା କାହିଁକି, ମହାମାରୀ ପୀଡ଼ା ଭିତରେ ଟିକା ସମ୍ଭାବନା ନୂଆ ଆଶା ସଞ୍ଚାର କରୁଛି ।

Leave A Reply

Your email address will not be published.