Latest Odisha News

BREAKING NEWS

ବାଲେଶ୍ଵରରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ୍ ବାରିକପୁର ଅଞ୍ଚଳର ଜଣେ ନର୍ସିଂ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଛାତ୍ରୀ ଜଣଙ୍କ ଭଦ୍ରକର ଏକ ଘରୋଇ ନର୍ସିଂ କଲେଜରେ ପାଠ ପଢୁଥିଲେ ।

ସୂଚନା ଅନୁଯାୟୀ, କରୋନା ପାଇଁ ସମସ୍ତ କଲେଜ ବନ୍ଦ ଥିବାରୁ ଅନଲାଇନରେ ପାଠ ପଢାଯାଉଛି। ଘଟଣା ଦିନ ଯୁବତୀ ଜଣକ ଅନଲାଇନରେ ପାଠ ପଢୁଥିବା ବେଳେ ପରିବାର ଲୋକ ବାହାରକୁ ଯାଇଥିଲେ। ପରିବାର ଲୋକ ବାହାରୁ ଫେରି ଦେଖିବା ବେଳକୁ ଯୁବତୀ ଜଣକ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ।

ତୁରନ୍ତ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣାର ଖବର ପାଇ ସୋର ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.