Latest Odisha News

BREAKING NEWS

ଚଳିତବର୍ଷ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ମହାତ୍ମାଗାନ୍ଧି ମାର୍ଗ ନୁହେଁ, ଚଳିତବର୍ଷ କରୋନା କଟକଣା ଯୋଗୁ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ବିଚାରବିମର୍ଶ ପରେ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ସୀମିତ ସଂଖ୍ୟକ ଅତିଥି, କୋଭିଡ ଯୋଦ୍ଧା, ପୋଲିସ ଓ ସରକାରୀ କର୍ମଚାରୀଙ୍କ ଉପସ୍ଥିତିରେ ପାଳନ କରାଯିବ । କୋଭିଡ୍ ନିୟମକୁ ସାମାଜିତ ଦୂରତା ରକ୍ଷା କରି ପାଳନ କରାଯିବ ସ୍ୱାଧୀନତା ଦିବସ । ସମାରୋହରେ ଯେଉଁମାନେ ଯୋଗ ଦେବେ ସେମାନେ ପିନ୍ଧିବେ ମାସ୍କ, ବ୍ୟବହର କରିବେ ସାନିଟାଇଜର । ସାମାଜିକ ଦୂରତା ନିୟମକୁ କଡ଼ାକଡ଼ି ପାଳନ କରିବେ ।

କରୋନା ପାଇଁ ଯଥାସମ୍ଭବ କମ୍ ଲୋକଙ୍କ ସମାଗମ ପାଇଁ ନିଷ୍ପତ୍ତି ହୋଇଛି । ତେବେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହକୁ ଦେଖିବା ପାଇଁ ଟେଲିଭିଜନ ପ୍ରସାରଣ, ଓ୍ଵେବକାଷ୍ଟ କରାଯିବ ।

Leave A Reply

Your email address will not be published.