ରାୟଗଡ଼ା: ସବୁଠି ବଢୁଛି କରୋନା ପ୍ରକୋପ । ଏହିସମୟରେ ଲୋକଙ୍କ ଅସଚେତନତା ହିଁ ପରିସ୍ଥିତିକୁ ଆହୁରି ଜଟିଳ କାଟି ଦେଉଛି।
ଏହି ସଙ୍କଟ ସମୟରେ ରାୟଗଡ଼ା ଜିଲ୍ଲା କାଶୀପୁର ସଦର ମହକୁମାରେ ଥିବା କ୍ବାରେଣ୍ଟାଇନରେ କେନ୍ଦ୍ରରୁ ଆସିଛି ଏକ ଅଭାବନୀୟ ଘଟଣାର ଚିତ୍ର। ସଙ୍ଗରୋଧ କେନ୍ଦ୍ର ଛାଡି ଚାକି ଯାଇଛନ୍ତି ୫୦ ରୁ ଉର୍ଦ୍ଧ୍ବ ଅନ୍ତେବାସୀ ।
ସଙ୍ଗରୋଧ କେନ୍ଦ୍ରରେ ବିଭିନ୍ନ ଅବ୍ୟବସ୍ଥାର ପ୍ରତିବାଦ କରି ୫୨ ଜଣ ଅନ୍ତେବାସୀ କେନ୍ଦ୍ର ଛାଡ଼ି ଚାଲିଯାଇଥିବା ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଫେରାଇ ଆଣିବା ଉଦ୍ୟମ କରାଯାଉଥିବା ଶୁଣିବାକୁ ମିଳିଛି। ତେବେ ବୁଧବାର ରାତି ୮ ସୁଦ୍ଧା ଟିଏମ୍ସିକୁ ଏମାନେ ଫେରି ନଥିବା ସୂଚନା ମିଳିଛି।
ଅଭିଯୋଗ ଅନୁଯାୟୀ, ଏଠାରେ ଦିଆଯାଉଥିବା ଖାଦ୍ୟ ଅସ୍ୱାସ୍ଥ୍ୟକରକ। ଏହାକୁ ଖାଇଲେ ଜଣେ ସୁସ୍ଥ ହେବା ବଦଳରେ ଅସୁସ୍ଥ ହୋଇପଡିବେ। ଏନେଇ କର୍ମଚାରୀ ଓ ଅନ୍ତେବାସୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ସେମାନେ କ୍ବାରେଣ୍ଟାଇନ୍ ସେଣ୍ଟର ଛାଡ଼ି ଚାଲି ଯାଇଥିବା ଜଣାପଡିଛି।
Comments are closed.