Latest Odisha News

BREAKING NEWS

ଭୁବନେଶ୍ୱରରେ ବାହାରିଲେ ଆଉ ୧୦୫ ପଜିଟିଭ, ସୁସ୍ଥ ହେଲେ ୧୨୩

ଭୁବନେଶ୍ୱର: ଦିନକୁ ଦିନ ସଂକ୍ରମିତ ହୋଇ ଚାଲିଛି ରାଜଧାନୀ ଭୁବନେଶ୍ୱର । ଆଜି ପୁଣି ଭୁବନେଶ୍ୱରରୁ ଆଉ ୧୦୫ ପଜିଟିଭ ବାହାରିଛନ୍ତି । କ୍ୱାରେଂଟାଇନ୍‌ରୁ ୫୯ ଏବଂ ୪୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ୧୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି ।

ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୦୭ରେ ପହଂଚିଛି । ସେହିପରି ୧୩୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୨୫୧ଟି ଆକ୍ଟିଭ କେସ୍ ରହିଛି । ବର୍ତ୍ତମାନ ଯାଏଁ ୧୫ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.