Latest Odisha News

BREAKING NEWS

ଡାକ୍ତରଙ୍କୁ ବିରୋଧ କରି କାହିଁକି ଜୀବନ ହାରିଲେ ନାବାଳିକା ?

ଗୁଜରାଟ: ପରିବାରରେ କାହାର ଯଦି ସ୍ୱାସ୍ଥ୍ୟଗତ ସମସ୍ୟା ଥାଏ, ତେବେ ଡାକ୍ତରଙ୍କ ଉପରେ ଆମେ ନିର୍ଭର କରୁ । ହେଲେ ଯଦି ଡାକ୍ତରଙ୍କ ପରାମର୍ଶକୁ ଏଡେଇ ଆମେ ଆତ୍ମହତ୍ୟା କରିବା । ତେବେ ଏହା କେତେଦୂର ଯୁକ୍ତିଯୁକ୍ତ ?

ସୁରଟରେ ଡାକ୍ତରଙ୍କ ପରାମର୍ଶକୁ ବିରୋଧ କରି ଜଣେ ୧୬ବର୍ଷୀୟ ନାବାଳିକା ଆତ୍ମହତ୍ୟା କରିଛି । ସ୍ୱାସ୍ଥ୍ୟଗତ କାରଣରୁ ଟିଭି ଦେଖିବା ଓ ମୋବାଇଲ୍ ବ୍ୟବହାର ନକରିବାକୁ ତାଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ । ହେଲେ ଏହି ପରାମର୍ଶକୁ ଗ୍ରହଣ ନକରି ନାବାଳିକା ଜଣକ ସିଲିଂ ଫ୍ୟାନରେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି ।

ମଙ୍ଗଳବାର କତାରଗ୍ରାମରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା । ନାବାଳିକାଙ୍କ ମୁଣ୍ଡ କ୍ରମାଗତ ଭାବେ ବିନ୍ଧୁଥିବାରୁ ତାଙ୍କୁ ଡାକ୍ତର ଏଭଳି ପରାମର୍ଶ ଦେଇଥିଲେ । ପରେ ନାବାଳିକାଙ୍କ ପରିବାର ଏ ନେଇ ତାଙ୍କୁ ବାରଣ କରିଥିଲେ । ତେବେ ଘରେ କେହି ନଥିବା ସମୟରେ ୧୦ମ ଶ୍ରେଣୀରେ ପଢୁଥିବା ଜାହ୍ନବୀ ମାରୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଥିଲେ ।

Leave A Reply

Your email address will not be published.