Latest Odisha News

BREAKING NEWS

କଟକ ଗ୍ରାମାଞ୍ଚଳରୁ ୧୧ଟି ଟ୍ରାକ୍ଟରରେ ବିପୁଳ ପରିମାଣର ବେଆଇନ୍ ବାଣ ଜବତ

କଟକ: କଟକ ଜିଲ୍ଲା ଜଗତପୁର ଥାନା ଅଧିନରେ ଥିବା ଗ୍ରାମାଞ୍ଚଳରୁ ପୋଲିସ ରବିବାର ଦିନ ସକାଳେ ବିପୁଳ ପରିମାଣର ବାଣ ଜବତ କରିବା ସହିତ ସିଲ୍ କରିଛନ୍ତି ।

କୌଣସି ସୂତ୍ରରୁ ଖବରପାଇ କଟକ କମିଶନରେଟ ପୋଲିସ ଏସିପିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଜଗତପୁର ଥାନା ଅଧିନରେ ଥିବା ତ୍ରୈଲୋକ୍ୟପୁର ଗ୍ରାମରେ ଅତର୍କିତ ଭାବେ ଗଛିତ ବାଣ କାରଖାନା ଉପରେ ଚଢଉ କରିଥିଲେ । ଗ୍ରାମର ଅନେକ ବାସିନ୍ଦାଙ୍କ ଘରେ ବାଣ ଗଚ୍ଛିତ ରହିଥିବାର ଦେଖି ପୋଲିସ ଚଢଉ କରିଥିଲେ । ଗ୍ରାମବାସୀମାନେ ଘର ଭିତରେ ବିପୁଳ ବାଣ ରଖିଥିବା ବେଳେ ବାଡ଼ିପଟ ବୁଦା ମୂଳରେ ମଧ୍ୟ ବାଣ ବେଆଇନ ଭାବେ ଲୁଚାଇ ରଖିଥିବାର ଦେଖିଥିଲେ ।

ଏହି ବଡ଼ଧରଣର ଧରପଗଡ଼ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଗ୍ରାମବାସୀ ମାନେ ବେଆଇନ ଭାବେ ବାଣ ତିଆରି କରୁଥିଲେ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ଗାଇଡ଼ ଲାଇନକୁ ଅମାନ୍ୟ କରି ବାଣ କାରଖାନା କରିଥିଲେ ।

ଏଯାଏଁ ମିଳିଥିବା ରିପୋର୍ଟ ଅନୁଯାୟୀ, ପ୍ରାୟ ୧୧ଟ୍ରାକ୍ଟର୍ ବାଣ ଜବତ ହେବା ସହିତ ଏହି ଜବତ ବାଣର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

ଗ୍ରାମରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୭ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।

ଏପର୍ଯ୍ୟନ୍ତ ଏହି ଘଟଣାରେ କୌଣସି ଅଭିଯୁକ୍ତ ଗିରଫ ହୋଇନଥିଲେ ମଧ୍ୟ ଗ୍ରାମରେ ଯେଉଁମାନେ ବେଆଇନ ବାଣ ତିଆରି କରୁଥିଲେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିିଛି ।

Leave A Reply

Your email address will not be published.