Latest Odisha News

BREAKING NEWS

ଦାରିଙ୍ଗିବାଡ଼ିର ବିଭୂତି, ସ୍କୁଲ ମାଷ୍ଟରରୁ ଆଇଏଏସ୍ ଅଫିସର ଯାଏଁ ଯାତ୍ରା

ଦାରିଙ୍ଗିବାଡ଼ି(କନ୍ଧମାଳ): ସ୍ୱପ୍ନ ସାକାର ହୋଇଛି । ଦିନେ ସ୍କୁଲ ଶିକ୍ଷକ ଥିଲେ । ତାପରେ ଅନେକ ଚାକିରି ଛାଡ଼ିଛନ୍ତି । ଲକ୍ଷ୍ୟ କିନ୍ତୁ ଥିଲା ସିଭିଲ୍ ସର୍ଭିସ । ପ୍ରସ୍ତୁତି ଚଳାଇଥିଲେ । ଏବେ ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ କଲିଙ୍ଗି ଗାଁରେ ବିଭୂତି ଭୂଷଣ ନାୟକ । ସିଭିଲ୍ ସର୍ଭିସ ପରୀକ୍ଷାରେ ସେ ୮୧୯ ନମ୍ବର ସ୍ଥାନରେ ରହିଛନ୍ତି ।

ବିଭୂତିଙ୍କ ବାପା ଏଲିଆସ ନାୟକ ଜଣେ ଶିକ୍ଷକ । ଗାଁ ସ୍କୁଲରେ ପାଠ ପଢ଼ିଥିଲେ ବିଭୂତି । କଲେକ ଶିକ୍ଷା ଶେଷ କରିବା ପରେ ତାଙ୍କୁ ଶିକ୍ଷା ସହାୟକ ଚାକିରି ମିଳିଥିଲା । ବେଶୀ ଦିନ ଶିକ୍ଷକତା କରି ନଥିଲେ । ଉଚ୍ଚ ଶିକ୍ଷା ପାଇଁ ଆସିଥିଲେ ଭୁବନେଶ୍ୱର । ରାଜଧାନୀ କଲେଜରେ ଗ୍ରାଜୁଏସନ୍ ଶେଷ କରିଥିଲେ ବିଭୂତି ।
ବିଏମ୍ ପାସ କରିବା ପରେ ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭର୍ସିଟିରେ ସୋସିଓଲୋଜିରେ ଏମଏ ସାରିଥିଲେ ବିଭୂତି । ପରେ ମୁମ୍ୱାଇ ସ୍ଥିତି ଟାଟା ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ୍ ସାଇନସେସରେ ମାଷ୍ଟର ଇନ୍ ସୋସିଆଲ୍ ସାଇନସେସରେ ପଢ଼ିଥିଲେ । ମାଲକାନଗିରି ଜିଲ୍ଲାରେ ଗ୍ରାମ୍ୟ ଉନ୍ନୟନ ଗବେଷକ ଭାବରେ କାର‌୍ୟ୍ୟ କରିଥିଲେ ବିଭୂତି ।

୨୦୧୭ରେ ଓଡ଼ିଶା ପ୍ରଶାସନିକ ସେବାରେ ବି ସେ କୃତକାର୍ଯ୍ୟ ହୋଇଥିଲେ । ରାୟଗଡ଼ା ଜିଲ୍ଲାରେ ପ୍ରବେସନାରୀ ଭାବରେ କିଛି ଦିନ ଚାକିରି କରିବା ପରେ ଛାଡ଼ି ଦେଇଥିଲେ । ନୂଆଦିଲ୍ଲୀ ସ୍ଥିତ ଭାରତୀୟ ସେନା ସମ୍ପଦ ସେବା ବିଭାଗରେ ଯୋଗ ଦେଇଥିଲେ ବିଭୂତି । ଆଇଏଏସ୍ ପାଇଁ ପ୍ରସ୍ତୁତି ଚଳାଇଥିଲେ। ଏବେ ସଫଳତା ମିଳିଛି । ପରିବାର, ଗାଁ ଲୋକ ଓ ସମ୍ପର୍କୀୟ ବେଶ ଖୁସି ।

Leave A Reply

Your email address will not be published.