Latest Odisha News

BREAKING NEWS

[ଭିଡିଓ] ଏବେ ବି ବଂଚିଛି ମାନବିକତା !

ମୁମ୍ବାଇ: କଥାରେ ଅଛି ପଶୁପ୍ରେମ ଭଗବାନଙ୍କ ସେବା ସଦୃଶ । କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ମୁମ୍ବାଇର ୱଡାଲା ଅଂଚଳରେ । ଗତ କିଛିଦିନ ଧରି ମୁମ୍ବାଇରେ ଲଗାଣ ବର୍ଷା ଲୋକଙ୍କୁ ବେହାଲ କରିଦେଇଛି । ଏପରି ସ୍ଥିତିରେ ଏକ ବିଲେଇ ଛୁଆର ବା ସାହାସ କେତେ ? ପାଣିରେ ହନ୍ତସନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଥିବା ଏକ ବିଲେଇ ଛୁଆକୁ ଜଣେ ସ୍ଥାନୀୟ ବ୍ୟକ୍ତି ଉଦ୍ଧାର କରିଥିଲେ । ତେବେ କେବଳ ଉଦ୍ଧାର ନୁହେଁ ବରଂ ତାକୁ ଘରେ ମଧ୍ୟ ଆଶ୍ରୟ ଦେବା ପାଇଁ ସାଥିରେ ନେଇଯାଇଥିଲେ ।

ତାଜା ସ୍ଥିତିରେ ମୁମ୍ବାଇ ଦୁଇଦୁଇଟି ସଙ୍କଟ ସହ ସଂଘର୍ଷ କରୁଛି । ପୂର୍ବରୁ କରୋନା ଚଡକ ତ ଏବେ ଲଗାଣ ବର୍ଷାର ବନ୍ୟା ସ୍ଥିତିରେ ଲୋକେ ଘାଣ୍ଟିଚକଟି ହେଉଛନ୍ତି । ସତରେ ଯଦି ୨୦୨୦ ଅଶୁଭ । ତେବେ ଆହୁରି ୪ମାସ ସମଗ୍ର ବିଶ୍ୱ କୋକୁଆ ଭୟରେ ରହିବେ ।

Leave A Reply

Your email address will not be published.