Latest Odisha News

ସୁଶାନ୍ତ ସିଂ ରାଜପୁତ୍ କେସ୍ : ଆମେରିକାରେ ନ୍ୟାୟ ପାଇଁ ସ୍ୱର ଉଠିଲା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲା ଏବେ ବିଦେଶରେ ପଂହଚିଛି । ସୁଶାନ୍ତଙ୍କୁ ନ୍ୟାୟ ପାଇଁ ଦାବୀ କରି ଆସୁଥିବା ପ୍ରଶଂସକଙ୍କୁ ଏବେ ବିଭିନ୍ନ ମହଲରେ ସମର୍ଥନ କରାଯାଉଛି । ଶନିବାର ଆମେରିକାର ବିଲବୋର୍ଡରେ ସୁଶାନ୍ତଙ୍କ ନ୍ୟାୟ ପାଇଁ ଫଟୋ ଲଗା ଯାଇଛି । ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତି ଏହି ଫଟୋ ସୋସିଆଲ ସାଇଟରେ ଶେୟାର କରିବା ପରେ ଏହା ଏବେ ଭାଇରାଲ ହୋଇଛି ।

ସୁଶାନ୍ତଙ୍କ କେସ୍ ସିବିଆଇ ହାତକୁ ଯିବା ପରେ ତାଙ୍କ ପ୍ରଶଂସକମାନଙ୍କ ଆଶା ଉଜ୍ଜୀବୀତ ହୋଇଛି । ଡିଜିଟାଲ କ୍ୟାମ୍ପେନରେ ଶ୍ୱେତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଅପରପକ୍ଷରେ ସିବିଆଇ ଏବଂ ଇଡି ଜୋରସୋରରେ ତଦନ୍ତ ଆରମ୍ଭ କରି ଦେଇଛନ୍ତି ।

Leave A Reply

Your email address will not be published.