Latest Odisha News

BREAKING NEWS

ଭେଣ୍ଟିଲେଟରରେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ଭେଣ୍ଟିଲେଟରରେ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ତାଙ୍କ ମୁଣ୍ଡରେ ରକ୍ତ ଜମାଟ ହୋଇଥିବାରୁ ଆଜି ଆର୍ମି ଆର୍ ଆର୍ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ସଫଳ ହୋଇଥିଲେ ହେଁ ସନ୍ଧ୍ୟାରେ ସେ ଗୁରୁତର ହୋଇପଡିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଅସ୍ତ୍ରୋପଚାର ପୂର୍ବରୁ ପ୍ରଣବ ମୁଖାର୍ଜୀଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା । ଏ ନେଇ ପ୍ରଣବ ଟ୍ୱିଟ୍ କରି ଜଣାଇଥିଲେ । ଗତ ସପ୍ତାହକ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ନିଜର ସ୍ୱାବ ପରୀକ୍ଷା କରାଇବା ସହ ସଙ୍ଗରୋଧରେ ରହିବା ପାଇଁ ସେ ଟ୍ୱିଟରେ ଲେଖିଥିଲେ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହସ୍ପିଟାଲ ଆସି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।

Leave A Reply

Your email address will not be published.