Latest Odisha News

BREAKING NEWS

ଦୋକାନରେ ବୋମା ମାଡ; ଜଣେ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଅଞ୍ଚଳ ସ୍ଥିତ ପଞ୍ଚପଡାରେ ଥିବା ଦୋକାନ ନିକଟରେ ସୋମବାର ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ବୋମା ମାଡ କରିବା ଫଳରେ ଜଣେ ଝିଅ ଆହତ ହୋଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ, ପୂର୍ବ ସନ୍ଧ୍ୟାରେ ଉକ୍ତ ଦୋକାନୀଙ୍କର ଦୁଇ ଜଣ ଯୁବକଙ୍କ ସହ କୌଣସି କାରଣବଶତଃ ବଚସା ହୋଇଥିଲା । ସେହି ଘଟଣାକୁ ନେଇ କେହି ବୋମା ମାଡ କରିଥିବା ପୋଲିସ ପକ୍ଷରୁ ସନ୍ଦେହ କରାଯାଇଛି ।

ଏହି ବୋମା ମାଡ ଘଟଣାରେ ସମ୍ପୃକ୍ତ ଦୋକାନୀଙ୍କ ଝିଅ ଆହତ ହୋଇଛନ୍ତି ।

ତେବେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅପରାଧିଙ୍କୁ ଧରିବା ଛାନଭିନ୍ନ ଜାରି ରଖିଥିବା ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.