Latest Odisha News

BREAKING NEWS

କେନ୍ଦ୍ର ଭିଜିଲାନ୍ସ କମିଶନରଙ୍କୁ ଭେଟିଲେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା

ନୂଆଦିଲ୍ଲୀ : ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମା କେନ୍ଦ୍ର ଭିଜିଲାନ୍ସ କମିଶନର (ସିଭିସି) କେ ଭି ଚୌଧୁରୀଙ୍କୁ ସାକ୍ଷାତ କରି ତାଙ୍କ ବିରୋଧରେ ଆଗତ ଲାଞ୍ଚ ଅଭିଯୋଗ ସମ୍ବନ୍ଧରେ ଜବାବ ରଖିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆଲୋକ ବର୍ମାଙ୍କ ବିରୋଧରେ ଆଗତ ଦୁର୍ନୀତି ଅଭିଯୋଗର ତଦନ୍ତ ଶେଷକରି ଦୁଇ ସପ୍ତାହ ମଧ୍ୟରେ ଏକ ରିପୋର୍ଟ ଦେବା ପାଇଁ ଅକ୍ଟୋବର ୨୫ ତାରିଖରେ ସୁପ୍ରିମକୋର୍ଟ ସିଭିସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗର ତଦନ୍ତ ପାଇଁ ଜଷ୍ଟିସ୍ ଏକେ ପଟ୍ଟନାୟକଙ୍କୁ ସିଭିସିର କମିଟି ମୁଖ୍ୟ ଭାବେ କୋର୍ଟ ତାଙ୍କୁ ନିଯୁକ୍ତି ଦେଇଥିଲେ।

ଅନ୍ୟପକ୍ଷରେ ଏମ୍. ନାଗେଶ୍ୱର ରାଓ ଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି କରାଯାଇଥିଲେ ମଧ୍ୟ ସେ ଏହି ଅବଧି ମଧ୍ୟରେ କୌଣସି ବଡ଼ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି କୋର୍ଟ ପୂର୍ବରୁ ରାୟ ଶୁଣାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଆଲୋକ ବର୍ମାଙ୍କ ବିରୋଧରେ ଏକ ଲାଞ୍ଚ ଅଭିଯୋଗ କ୍ରାଇମ ବ୍ରାଞ୍ଚର ୨ନମ୍ବର ନିର୍ଦ୍ଦେଶକ ରାଜେଶ ଅସ୍ଥାନା ଆଣିଥିଲେ ।

Leave A Reply

Your email address will not be published.