Latest Odisha News

ଅଗଷ୍ଟ ୧୫ରୁ ଖୋଲିବ ଏମକେସିଜି ଓପିଡି

ବ୍ରହ୍ମପୁର: ଆସନ୍ତା ୧୫ ତାରିଖରୁ ଖୋଲିବ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଓପିଡି । ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ତେବେ ମେଡିକାଲ ଆସିବା ବେଳେ ରୋଗୀ ଓ ସମ୍ପର୍କୀୟ ମାନିବେ କୋଭିଡ୍ ନିୟମ । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

ଏମକେସିଜିର ଜେନେରାଲ୍ ଓପିଡି ପରିସରରେ ସମସ୍ତେ ସାମାଜିକ ଦୂରତା ବଜାୟ ରଖିବେ । କେହି ଅଯଥା ଗହଳି କରିବେ ନାହିଁ ।

କରୋନା ସଂକ୍ରମଣ ଯୋଗୁ ଗତମାସରୁ ଏମକେସେଜି ଓପିଡିକୁ ବନ୍ଦ ରଖାଯାଇଥିଲା । ଫଳରେ ବାଧାପ୍ରାପ୍ତ ହୋଇଥିଲା ସାଧାରଣ ରୋଗୀ ସେବା । ଏବେ ଖୋଲିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.