Latest Odisha News

ଆଜିଠୁ ରାୟଗଡ଼ାରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ

ରାୟଗଡ଼ା: ଆଜିଠୁ ରାୟଗଡ଼ା ଜିଲ୍ଲାରେ ଆରମ୍ଭ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ । କରୋନା ଲକ୍ଷଣ ଥିବା ଲୋକଙ୍କର ନମୁନା ପରୀକ୍ଷା କରାଯିବ । ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ପାଇଁ ଜିଲ୍ଲାର ୧୧ଟି ବ୍ଲକରେ ଗଠନ କରାଯାଇଛି ୨୭ଟି ଟିମ୍ । ପ୍ରତି ବ୍ଲକ ପାଇଁ ଦୁଇଟି ଟିମ୍ ।

ରାୟଗଡ଼ା ଜିଲ୍ଲାପାଳ କହିଛନ୍ତି, ଅଧିକ ଟେଷ୍ଟ କଲେ ପଜିଟିଭ୍ କେସ ବଢ଼ିବ । କିନ୍ତୁ ଚିକିତ୍ସା ଦ୍ୱାରା ସୁସ୍ଥତା ସଂଖ୍ୟା ବଢ଼ିବ ଓ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇ ପାରିବ । ଭୟଭୀତ ନହୋଇ ସହଯୋଗ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି ଜିଲ୍ଲାପାଳ ।

ବର୍ତ୍ତମାନ ରାୟଗଡ଼ା ଜିଲ୍ଲାରେ କରୋନାରେ ୧୬ ଶହ ୭୯ ଜଣ ସଂକ୍ରମିତ ହୋଇଛନ୍ତି । ସୁସ୍ଥ ହେଲେଣି ୧୧ ଶହ ୩୮ ଆକ୍ରାନ୍ତ । ଆକ୍ଟିଭ୍ କେସ ରହିଛି ୫୨୭ । ୧୪ ମୁଣ୍ଡ ନେଇଛି କରୋନା ।

Comments are closed.