Latest Odisha News

BREAKING NEWS

ଦେଶର ପ୍ରସିଦ୍ଧ ୧୦ଟି ଗଣେଶ ମନ୍ଦିର ଉପରେ ଆସନ୍ତୁ ନଜର ପକାଇବା

ହିନ୍ଦୁ ଠାକୁରଙ୍କ ମଧ୍ୟରେ ବିଘ୍ନବିନାଶକଙ୍କ ସ୍ଥାନ ସ୍ୱତନ୍ତ୍ର । ସବୁ ପୂଜାର ଆରମ୍ଭରେ ତାଙ୍କ ପୂଜା ହିଁ ହୁଏ । ଗଣେଶ ଚତୁର୍ଥୀ ବିଶେଷ କରି ପୂର୍ବ ଓ ପଶ୍ଚିମ ଭାରତରେ ବେଶ୍ ଧୂମ୍‌ଧାମରେ ପାଳିତ ହୋଇଥାଏ । ଏବେ ନଜର ପକାଇବା ଦେଶର କିଛି ପ୍ରସିଦ୍ଧ ଗଣେଶ ମନ୍ଦିର ଉପରେ ।

୧. ସିଦ୍ଧି ବିନାୟକ ମନ୍ଦିର

ମୁମ୍ବାଇ ଯିଏ ଯାଆନ୍ତି ଏହି ମନ୍ଦିରକୁ ନିଶ୍ଚୟ ଯାଇଥାନ୍ତି । ୧୮୦୧ ମସିହାରେ ମନ୍ଦିରଟି ତିଆରି ହୋଇଥିଲା । ଏଠାକାର ଗଣପତିଙ୍କୁ ନଭଶ୍ଚ ଗଣପତି ବୋଲି ମଧ୍ୟ କୁହାଯାଏ । ଏହାର ଅର୍ଥ ଏଠାରେ ଯିଏ ମାନସିକ ରଖନ୍ତି ତାହା ନିଷ୍‌ଚୟ ପୂରଣ ହୋଇଥାଏ । ବଡ ବଡ ସେଲିବ୍ରିଟିମାନେ ମଧ୍ୟ ମନ୍ଦିରକୁ ଯାଇ ପୂଜାର୍ତ୍ତନା କରିଥାନ୍ତି ।

୨. ଦଗଦୁ ସେଠ୍ ହାଲୱାଇ ଗଣପତି ମନ୍ଦିର, ପୁଣେ
ଏଠାରେ ଥିବା ଗଣପତିଙ୍କ ଉଚ୍ଚତା ସାଢେ ସାତ ଫୁଟ୍ ଓ ଏହାର ଚଉଡା ୪ ଫୁଟ୍ । ଏଠାକାର ଗଣେଶ ବିଭିନ୍ନ ପ୍ରକାର ଦାମୀ ସୁନାଗହଣାରେ ମଣ୍ଡିତ ହୋଇଥାନ୍ତି । ଏହି ମନ୍ଦିରକୁ ଦଗଦୁସେଠ୍ ନାମକ ଜଣେ ବ୍ୟକ୍ତି ନିର୍ମାଣ କରିଥିଲେ । ତାଙ୍କ ମିଠା ଦୋକାନ ଥିଲେ । କିନ୍ତୁ ଏକ ଦୁର୍ଘଟଣାରେ ସେ ନିଜ ପୁଅ ହରାଇଥିଲେ । ଏହି ଦୁଃଖ ଦୂର କରିବା ପାଇଁ ସେ ଏହି ମନ୍ଦିର ନିର୍ମାଣ କରିଥିଲେ ।

୩. ଗଣପତି ପୁଲେ ମନ୍ଦିର, ରତ୍ନଗିରି
ସାଧାରଣତଃ ହିନ୍ଦୁ ଦେବାଦେବୀଙ୍କ ମୁହଁ ପୂର୍ବକୁ ଥାଏ । କିନ୍ତୁ ଏହି ମନ୍ଦିରରେ ଠାକୁରଙ୍କ ମୁହଁ ପଶ୍ଚିମକୁ ରହିଛି । ଏହା ୪୦୦ ବର୍ଷପୁରୁଣା ମୂର୍ତ୍ତି । ଫେବ୍ରୁଆରୀରୁ ନଭେମ୍ବର ମାସ ମଧ୍ୟରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ମନ୍ଦିରରେ ପଡିଥାଏ ।

୪. ଉଚ୍ଚି ପିଲାଆର ମନ୍ଦିର, ତିରୁଚିଲ୍ଲାପଲ୍ଲୀ
ତ୍ରିଚ୍ଚିର ପାହାଡ ଉପରେ ଏହି ମନ୍ଦିରଟି ଅବସ୍ଥିତ । ପାହାଡ କଟା ଏହି ମନ୍ଦିରଟି ତିଆରି ହୋଇଛି । ଏହି ମନ୍ଦିରର ସୁନ୍ଦର ପ୍ରସ୍ତର ସ୍ଥାପତ୍ୟ ଦେଖିବାକୁ ମିଳେ । ମନ୍ଦିରରେ ଠିଆ ହୋଇ ଆପଣ ତ୍ରିଚ୍ଚି ଓ କାବେରୀର ଏକ ସୁନ୍ଦର ଚିତ୍ର ଦେଖିପାରିବେ ।

୫. କାନିପକମ୍ ବିନାୟକ ମନ୍ଦିର, ଚିତୁର
ଏକାଦଶ ଶତାଦ୍ଦୀରେ ତିଆରି ଏହି ମନ୍ଦିର ଇତିହାସର ମୂକସାକ୍ଷୀ । ଏହି ଗଣେଶ ମୂର୍ତ୍ତିରେ ଧଳା, ହଳଦିଆ ଓ ନାଲି ରଙ୍ଗର ସମ୍ମିଶ୍ରଣ ଦେଖିବାକୁ ମିଳେ । ଏଠାରେ ୨୧ଦିନ ଗଣେଶ ପୂଜା ପାଳିତ ହୋଇଥାଏ ।

୬. ମୋତି ଦୁଙ୍ଗରୀ ଗଣେଶ ମନ୍ଦିର, ଜୟପୁର
ଏହି ମନ୍ଦିର ୨୫୦ ବର୍ଷରୁ ଅଧିକ ସମୟର । ଚାରିପଟେ ଦୁର୍ଗ ଓ ପାହାଡ ଥିବା ଏହା ଜୟପୁରର ପୁରାତନ ମନ୍ଦିର । ଏହା ନାଗରା ଷ୍ଟାଇଲରେ ତିଆରି ହୋଇଛି । ମନ୍ଦିରକୁ ଦେଖିଲେ ଆପଣ ସ୍କଟର ସ୍ଥାପତ୍ୟକୁ ମନେ ପକାଇ ପାରିବେ ।

୭. ମହାଗଣପତି ମନ୍ଦିର, କେରଳ
ଏହି ମନ୍ଦିର ୧୯୮୦ ମସିହାରେ ତିଆରି ହୋଇଛି । ଏଠାରେ ପ୍ରତିବର୍ଷ ଆୟୋଜିତ ହେଉଥିବା ଅଷ୍ଟ ଦ୍ରବ୍ୟ ମହାଗଣପତି ଯଜ୍ଞରେ ସାମିଲହେବା ପାଇଁ ବିଭିନ୍ନ ସ୍ଥାନରୁ ଲୋକେ ଏଠାକୁ ଆସିଥାନ୍ତି । ଏଠାରେ ପ୍ରତି ୪ ବର୍ଷରେ ଥରେ ଗଜପୂଜା ଅନୁଷ୍ଠିତ ହୋଇଥାଏ ।

୮. ବାରସିଦ୍ଧ ବିନୟାଗର ମନ୍ଦିର, ଚେନ୍ନାଇ
ଚେନ୍ନାଇର ବସନ୍ତ ନଗରରେ ଥିବା ଏହି ମନ୍ଦିରର ବେଶ୍ ପ୍ରସିଦ୍ଧି ରହିଛି । ଏଠାରେ ଆପଣ ଉଭୟ ବିନାୟକ ଓ ସିଦ୍ଧିଙ୍କ ଦର୍ଶନ ପାଇବେ ।

୯ ଗଣେଶ ଟକ୍ ମନ୍ଦିର, ଗ୍ୟାଙ୍ଗଟକ୍‌
କାଞ୍ଚନଜଙ୍ଗା ପର୍ବତର ଅବସ୍ଥିତ ଏହି ମନ୍ଦିରରେ ଠିଆ ହୋଇ ବହାରକୁ ଦେଖିବାର ଦୃଷ୍ୟ ବେଶ୍ ନିଆରା । ଏହି ଗ୍ୟାଙ୍ଗଟକର ସବୁଠୁ ସୁନ୍ଦର ମନ୍ଦିର ।

୧୦ ରନ୍ଥାମ୍ଭୋର ଗଣେଶ ମନ୍ଦିର, ରାଜସ୍ଥାନ
ଭାରତର ସବୁଠୁ ପୁରୁଣା ମନ୍ଦିର ହେଉଛି ରାଜସ୍ଥାନର ରନ୍ଥାମ୍ଭୋର ମନ୍ଦିର । ଏଠାକାର ଗଣେଶ ତ୍ରିନେତ୍ର ଗଣେଶ । କୁହାଯାଏ ତ୍ରୟୋଦଶ ଶତାଦ୍ଦୀରେ ଯୁଦ୍ଧ ଚାଲିଥିବା ସମୟରେ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ଉଦ୍ଦେଶ୍ୟରେ ରାଜା ଏହି ମନ୍ଦିର ତିଆରି କରିଥିଲେ ।

Leave A Reply

Your email address will not be published.