Latest Odisha News

BREAKING NEWS

ତହସିଲଦାର କରୋନା ଆକ୍ରାନ୍ତ ଚିହ୍ନଟ

ଚାନ୍ଦବାଲି: ଚାନ୍ଦବାଲିର ତହସିଲଦାର ସୁଶାନ୍ତ ସୁତାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସୋମବାର ଦିନ ସୂଚନା ଦେଇଛନ୍ତି ଭଦ୍ରକ ପ୍ରଶାସନ ।

ସୂଚନାନୁଯାୟୀ, ଅସୁସ୍ଥତା ଅନୁଭବ କରିବା ପରେ ଶ୍ରୀ ସୁଶାନ୍ତ ଶନିବାର ଦିନ କରୋନା ଟେଷ୍ଟ କରାଇଥିଲେ । ଟେଷ୍ଟ ରିପୋର୍ଟ ରବିବାର ଦିନ ପଜିଟିଭ ବାହାରିଛି ।

ସମ୍ପୃକ୍ତ ଅଧିକାରୀ ଜଣକ ଏହି ଅଞ୍ଚଳରେ ବନ୍ୟା ଜନିତ ରିଲିଫ୍ କାର୍ଯ୍ୟରେ ନିୟୋଜିତ ରହିଥିଲେ ।

ସେହିପରି ସୋମବାର ଦିନ ଚାନ୍ଦବାଲି ବିଧାୟକ ବ୍ରୋମକେଶ ରାୟ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

Leave A Reply

Your email address will not be published.