Latest Odisha News

BREAKING NEWS

କୋଭିଡ ସଂକ୍ରମିତ ମହିଳାଙ୍କ ସନ୍ତାନ ପ୍ରସବ

ଝାରସୁଗୁଡା: ଝାରସୁଗୁଡାର ଏକ କୋଭିଡ ହସ୍ପିଟାଲରେ ଜଣେ କରୋନା ସଂକ୍ରମିତ ମହିଳା ସୋମବାର ଦିନ ଏକ ଶିଶୁକୁ ଜନ୍ମ ଦେଇଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ମହିଳା ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ରବିବାର ବିଳମ୍ବିତ ରାତିରେ ମହିଳାଙ୍କ ପ୍ରସବ ପୀଡା ହେବାରୁ ଡ. ଦେବେନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ତାଙ୍କର ସଫଳତାର ସହ ଅପରେସନ୍ କରିଥିଲେ । ବର୍ତ୍ତମାନ ସମୟରେ ଉଭୟ ମାଆ ଓ ନବଜାତକର ସ୍ୱାସ୍ଥ୍ୟ ବସ୍ଥା ସ୍ଥିର ରହିଥିବା ସୁତ୍ରରୁ ପ୍ରକାଶ ।

ତେବେ ସେମାନଙ୍କ ଦେଖାଶୁଣା କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.