Latest Odisha News

BREAKING NEWS

ସେପ୍ଟେମ୍ବର ୯ରୁ ଭୁବନେଶ୍ୱରରୁ ସୁରତକୁ ଉଡିବ ବିମାନ; ଜାଣନ୍ତୁ ସମୟ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୯ରୁ ଭୁବନେଶ୍ୱର ବିମାନବନ୍ଦରରୁ ସୁରତକୁ ବିମାନ ଉଡାଣ ନେଇ ନିଷ୍ପତ୍ତି ନେଇଛି ଏୟାର ଇଣ୍ଡିଆ ।

ଏହି ଉଡାଣ ସପ୍ତାହକୁ ୨ଥର ତଥା ସୋମବାର ଓ ବୁଧବାର ଦିନ ହେବ ବୋଲି ସୂଚନା ମିଳିଛି ।
ସୂଚନାନୁଯାୟୀ, ଏହି ବିମାନ ସୁରତରୁ ଅପରାହ୍ନ ୩ଟା ୩୦ମି.ରେ ବାହାରି ଅପରାହ୍ନ ୫ଟା ୨୦ମି.ରେ ଭୁବନେଶ୍ୱରରେ ପହଞ୍ଚିବ । ସେହିପରି ପୁଣି ଭୁବନେଶ୍ୱରରୁ ଅପରାହ୍ନଟ ୪ଟା ୨୦ମି.ରୁ ବାହାରି ରାତି ୮ଟା ୧୦ମି.ରେ ସୁରତରେ ପହଞ୍ଚିବ ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜାନୁଆରୀ ୨୦ରେ ଭୁବନେଶ୍ୱର-ସୁରତକୁ ସିଧାସଳଖ ବିମାନ ଉଡାଣ ଆରମ୍ଭ ହୋଇଥିଲା । ହେେଏ ପରବର୍ତ୍ତୀ ସମୟରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ବିମାନ ଉଡାଣକୁ ବାତିଲ କରାଯାଇଥିଲା ।

Leave A Reply

Your email address will not be published.