ଢ଼ାକା: ବାଂଲାଦେଶର ରାଜଧାନୀ ଢ଼ାକାର ଏକ ମସ୍ଜିଦ୍ରେ ଅଭାବନୀୟ ଘଟଣା ଘଟିଛି । ମସ୍ଜିଦ୍ରେ ପ୍ରାର୍ଥନା ଚାଲିଥିବା ସମୟରେ ଏକାସଙ୍ଗେ ୬ଟି ଏସିରେ ବିସ୍ଫୋରଣ ଘଟିଛି । ଫଳରେ ଜଣେ ଶିଶୁଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ୨୫ ଜଣ ଆହତ ହୋଇଛନ୍ତି । ଗ୍ୟାସ୍ ଲିକ୍ ଯୋଗୁଁ ଏସିରେ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଗତକାଲି ରାତି ପ୍ରାୟ ୯ଟାରେ ନାରାୟଣ ଗଞ୍ଜ ନଦୀ ବନ୍ଦର ନଗରରେ ଥିବା ବୈତୁଲ ସଲତ ମସଜିଦରେ ଉପାସକମାନେ ପ୍ରାର୍ଥନା କରୁଥିବା ସମୟରେ ଏହିଭଳି ଅଭାନୀୟ ଘଟଣା ଘଟିଥିଲା । ବିସ୍ଫୋରଣ ବେଳେ ୫୦ ଜଣ ଉପାସକ ମଜସିଦ୍ରେ ଉପସ୍ଥିତ ଥିଲେ । ଗତକାଲି ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଚିକିତ୍ସା ସମୟରେ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି ।
ଆହତ ଅନ୍ୟ ୨୫ଜଣଙ୍କର ଚିକିତ୍ସା ଚାଲିଛି। ସେମାନଙ୍କ ଶରୀର ୯୦% ପୋଡ଼ି ଯାଇଥିବାରୁ ଅତି ସଙ୍କଟଜନକ ଅବସ୍ଥାରେ ଅଛନ୍ତି। ଅଗ୍ନିଶମ ବିଭାଗ କର୍ମଚାରୀମାନେ କହିଛନ୍ତି ଯେ, ଲିକ୍ ହୋଇଥିବା ପାଇପ୍ଲାଇନ୍ରୁ ଗ୍ୟାସ୍ ନିର୍ଗତ ହୋଇ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ବିସ୍ଫୋରଣ ଘଟିଥାଇ ପାରେ।
Comments are closed.