Latest Odisha News

BREAKING NEWS

ଜନ୍ମଦିନରେ ଆଖି ଦାନ କରିବା ପାଇଁ ନିଷ୍ପତି ନେଲେ ଜାଡେଜାଙ୍କ ପତ୍ନୀ ରିଭାବା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ତାଙ୍କ ଜନ୍ମଦିନରେ ଆଖି ଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି । ଯାହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ଏହା ଦ୍ୱାରା ଜଣେ ଆଖି ନ ଥିବା ବ୍ୟକ୍ତି ଉପକୃତ ହୋଇପାରିବେ ବୋଲି ଜାଡେଜା କହିଛନ୍ତି । ଶନିବାର ରିଭାବାଙ୍କ ୩୦ତମ ଜନ୍ମଦିବସ ଥିଲା ।

କାହାକୁ କିଛି ଅର୍ଥ ଦାନ କରିବା ଅପେକ୍ଷା ଅଙ୍ଗଦାନ କରିବା ବୁଦ୍ଧିମାନର କାମ ହେବ । ସମସ୍ତେ ଅଙ୍ଗଦାନ କଲେ ଦେଶରେ ଅକ୍ଷମ ରହିବେ ନାହିଁ ବୋଲି ସେ କହିଛନ୍ତି । ଜାଡେଜା ଏବେ ଆଇପିଏଲ ଖେଳିବାକୁ ୟୁଏଇ ଯାଇଛନ୍ତି ।

Comments are closed.