Latest Odisha News

ସୁସ୍ଥ ହେଲେ ୩୪୪୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୯୫୧ ଆରୋଗ୍ୟ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୪୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୯୩,୭୭୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୯୫୧ ଜଣ ଅଛନ୍ତି । ତା’ପଛକୁ ରହିଛି କଟକ । ସିଲିଭର ସିଟିରୁ ଆଜି ୨୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ମୟୂରଭଂଜରୁ ୨୧୩, ଭଦ୍ରକରୁ ୧୬୪, ଢେ଼ଙ୍କାନାଳରୁ ୧୬୧, ରାୟଗଡାରୁ ୧୫୪, ଗଂଜାମରୁ ୧୪୮, ଯାଜପୁରରୁ ୧୪୪, ବାଲେଶ୍ୱରରୁ ୧୩୭, ନୟାଗଡରୁ ୧୧୭, କୋରାପୁଟରୁ ୧୧୦, ଜଗତସିଂହପୁରରୁ ୧୦୭, ପୁରୀରୁ ୧୦୫, ସମ୍ବଲପୁରରୁ ୧୦୦ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

ସେହିପରି ଝାରସୁଗୁଡାରୁ ୬୭, ମାଲକାନଗିରିରୁ ୬୪, ବଲାଙ୍ଗିର ଓ କେନ୍ଦ୍ରାପଡାରୁ ୬୧ ଜଣ ଲେଖାଏଁ, ବରଗଡରୁ ୫୬, କେନ୍ଦୁଝରରୁ ୫୪, ସୋନପୁରରୁ ୪୧, ସୁନ୍ଦରଗଡରୁ ୩୮, ନବରଙ୍ଗପୁରରୁ ୩୩, କନ୍ଧମାଳରୁ ୨୪, ଗଜପତି ଓ ନୂଆପଡାରୁ ୨୩ ଜଣ ଲେଖାଏଁ, କଳାହାଣ୍ଡିରୁ ୧୨, ବୌଦ୍ଧରୁ ୧୧, ଦେଓଗଡରୁ ୮, ଅନୁଗୁଳରୁ ୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Comments are closed.