Latest Odisha News

BREAKING NEWS

ବୋମା ତିଆରି ବେଳେ ବିସ୍ଫୋରଣ; ୨ ମୃତ

ଦେବଗଡ: ଦେବଗଡ ଥାନା ଅନ୍ତର୍ଗତ ଚିଲାଣ୍ଡିଖୋଲ ଅଞ୍ଚଳରେ ବୋମା ତିଆରି କରୁଥିବା ବେଳେ ବିସ୍ଫୋରଣ ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ।

ମୃତକଙ୍କ ନାମ ରଞ୍ଜିତ ଭୋଇ ଏବଂ ସନ୍ତୋଷ ପାତ୍ର ବୋଲି ଜଣାପଡିଛି । ଉଭୟଙ୍କ ଘର ରାଇମାଳ ନିକଟ କନସର ଗ୍ରାମ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଜୀବଜନ୍ତୁ ଶିକାର କରିବା ପାଇଁ ଦୁହେଁ ବୋମା ତିଆରି କରୁଥିବା ବେଳେ ଅଚାନକ ବିସ୍ଫୋରଣ ଘଟିଥିଲା । ଯାହା ଫଳରେ ଘଟଣାସ୍ଥଳରେ ଦୁହିଁଙ୍କର ମୃତ୍ୟୁ ହୋଇଥିଲା ।

ତେବେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.