Latest Odisha News

BREAKING NEWS

୩ୟ ସର୍ବ ଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର ପ୍ରତିଯୋଗିତା: ୪ର୍ଥ ଦିନରେ ଜୁଡୋ ଓ ତାଇକୋଣ୍ଡୋ ପ୍ରତିଦ୍ୱନ୍ଦିତା

କଟକ : କଟକ ଠାରେ ଚାଲିଥିବା ୩ୟ ସର୍ବ ଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର ପ୍ରତିଯୋଗିତାର ୪ର୍ଥ ଦିନର ଜୁଡୋ ଓ ତାଇକୋଣ୍ଡୋ ବିଭାଗରେ ଉଭୟ ପୁରୁଷ ଓ ମହିଳା ବର୍ଗ ପ୍ରତିଯୋଗିତାର ଫଳାଫଳ ନିର୍ଣ୍ଣାୟକ ହୋଇଛି ।

ଆଜିର ଏହି ପ୍ରତିଯୋଗିତାରେ ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓ ପି ସିଂହ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଆର ପି କୋଚେ, ଆଇ.ଜି ପି ଏସ୍ ରଣପିସେ, ଡିସିପି କଟକ ଅଖିଳେଶ୍ୱର ସିଂହ ପ୍ରମୁଖ ଅତିଥି ଭାବେ ଅଂଶ ଗ୍ରହଣ କରି ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

ଏହି ପଦକ ପ୍ରଦାନ ଅବସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ତଥା ପ୍ରତିଯୋଗିତାର ପରିଚାଳନା କମିଟିର ସମ୍ପାଦକ ବିନୟତୋଷ ମିଶ୍ର, ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ଭାନୁ ପ୍ରତାପ ସିଂହ ଏବଂ କ୍ରୀଡା ଅଧିକାରୀ ବିଭୁତି ଭୂଷଣ ପରିଡା ଉପସ୍ଥିତ ରହିଥଲେ ।

ଆହୁରି ମଧ୍ୟ ପ୍ରତିଯୋଗିତାରେ ସହଯୋଗ କରିଥିବା ବୈଷୟିକ ନିର୍ଦ୍ଦେଶକ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।

ବିଜେତା ମାନେ ହେଲେ- ତାଇକୋଣ୍ଡୋ ପୁରୁଷ ବିଭାଗରେ ଏସଏସବିକୁ ୩ଟି ସ୍ୱର୍ଣ୍ଣ ମିଳିଥିଲାବେଳେ ମହିଳା ବର୍ଗ ମଧ୍ୟ ୩ଟି ସ୍ୱର୍ଣ୍ଣ ହାତେଇଛି ।

ଜୁଡୋ ପୁରୁଷ ବିଭାଗରେ ସିଆଇଏସଏଫକୁ ୧ଟି ସ୍ୱର୍ଣ୍ଣ ମିଳିଥିଲାବେଳେ ପଞ୍ଜାବ ପୋଲିସ ୨ଟି ସ୍ୱର୍ଣ୍ଣ ହାତେଇଛି ।

ମହିଳା ଜୁଡୋ ବିଭାଗରେ ଏସଏସବିକୁ ୨ଟି ସ୍ୱର୍ଣ୍ଣ ମିଳିଥିବାବେଳେ ମଣିପୁର ପୋଲିସକୁ ୨ଟି ସ୍ୱର୍ଣ୍ଣ ମିଳିଥିଲା ।

Leave A Reply

Your email address will not be published.