Latest Odisha News

BREAKING NEWS

ଉଦଘାଟନୀ ଉତ୍ସବର ‘ଅନଲାଇନ ଟିକଟ ବିକ୍ରି’ ନଭେମ୍ବର ୨୦ ତାରିଖରୁ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ହକି ପୁରୁଷ ବିଶ୍ୱକପ ଭୁବନେଶ୍ୱର ୨୦୧୮ର ଗ୍ରାଣ୍ଡ୍ ଅଦଘାଟନୀ ଉତ୍ସବର ଟିକଟ ଅନଲାଇନରେ ବିକ୍ରି ନଭେମ୍ବର ୨୦ରୁ ଆରମ୍ଭ ହେବ ବୋଲି ରବିବାର ଦିନ ‘ହକି ଇଣ୍ଡିଆ’ ଘୋଷଣା କରିଛନ୍ତି । ଏହି ଅନଲାଇନ ଟିକଟ ବିକ୍ରି ୨୦ ତାରିଖ ଦିନ ୧୨ଟାରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ଏହି ଉଦଘାଟନୀ ଉତ୍ସବ ନଭେମ୍ବର ୨୭ ତାରିଖରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ଏବଂ କଟକ ବାରବାଟୀ ଷ୍ଟାଡ଼ିୟମରେ ନଭେମ୍ବର ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ।

ଏସମ୍ପର୍କରେ ହକି ଇଣ୍ଡିଆ ଅଫିସିଆଲ ଟ୍ୱିଟ୍ଟର୍ ଆକାଉଣ୍ଟରେ ରବିବାର ଦିନ ଘୋଷଣା କରିଛି ।

ବିଶ୍ୱକପ ହକି ଗ୍ରାଣ୍ଡ୍ ଅଦଘାଟନୀ ଉତ୍ସବର ଟିକଟ ଅନଲାଇନରେ ବିକ୍ରି ନଭେମ୍ବର ୨୦ରୁ ଆରମ୍ଭ ହେବ ବୋଲି ରବିବାର ଦିନ ‘ହକି ଇଣ୍ଡିଆ’ ଘୋଷଣା କରିଛନ୍ତି ।

ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ ମ୍ୟାଚ ଲାଗି ଅନଲାଇନରେ ପାଖାପାଖି ୧୦,୫୦୦ ଟିକଟ ଏବଂ କଟକ ବାରବାଟୀରେ ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ ଉତ୍ସବ ଲାଗି ପ୍ରାୟ ୩୦,୦୦୦ ଟିକଟ ବିକ୍ରି ହେବା ସମ୍ଭାବନା ରହିଛି ।

ବିଶ୍ୱକପର ଏହି ଉଭୟ ଉଦଘାଟନୀ ଉତ୍ସବରେ କିମ୍ବଦନ୍ତୀ ବଲିଉଡ଼ ସଙ୍ଗୀତଜ୍ଞ ଏ ଆର୍ ରେହମାନ୍ ବଲିଉଡ଼ ସେଲେବ୍ରିଟି ଶାହରୁଖ ଖାନ ଏବଂ ଅନ୍ୟ ଷ୍ଟାରମାନଙ୍କ ସହିତ ସେ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ଇଣ୍ଟରନେଟ୍ ସାଇଟ ମାଧ୍ୟମରେ ଟିକଟ ଏହି ଅନଲାଇନ ଟିକଟ ଉପଲବ୍ଧ ହେବ – http://ticketgenie.in/event/hwc-opening-ceremony.

ଅନଲାଇନରେ କିଣାଯାଇଥିବା ଗୁଡିକୁ ଦର୍ଶକମାନେ ନଭେମ୍ବର ୨୨ ତାରିଖ ଦିନ ୩ଟା ସମୟରେ କଳିଙ୍ଗ ଷ୍ଟାଡ଼ିୟମର ୪ ନଂ ଗେଟରୁ ତଥା ଭୁବନେଶ୍ୱରର ଅନ୍ୟ ସ୍ଥାନମାନଙ୍କରେ ଖୋଲିଥô୍ବା କାଉଣ୍ଟରରୁ ପାଇପାରିବେ ।

Leave A Reply

Your email address will not be published.