Latest Odisha News

BREAKING NEWS

ରଙ୍ଗୀନ ଆଲୋକରେ ଆଲୋକିତ ହେଲା ଐତିହାସିକ ବିନ୍ଦୁସାଗର, ଲେଜର୍ ଶୋ’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀର ଓଲଡ଼ ଟାଉନରେ ‘ଭୁବନେଶ୍ୱର ଆର୍ଟ ଟ୍ରେଲ୍ -୨୦୧୮’ କୁ ଉଦଘାଟନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ ରବିବାର ସନ୍ଧ୍ୟାରେ ଐତିହାସିକ ପୁଷ୍କରିଣୀ ବିନ୍ଦୁସାଗର ପରିସରରେ ଅତ୍ୟାଧୁନିକ ଲେସର୍ ଲାଇଟ୍ ଓ ଶୋ’କୁ ଉଦଘାଟନ କରିଛନ୍ତି ।

ଏହି ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ଉଦଘାଟକ ଭାବେ ଯୋଗଦେଇଥିଲେ ।

 

ଏତଦବ୍ୟତୀତ ରାଜ୍ୟ ପର୍ଯ୍ୟଟନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହିଥିଲେ ।

ରାଜଧାନୀର ଏହି ଐତିହାସିକ ପୁଷ୍କରିଣୀ ବିନ୍ଦୁସାଗରରେ ଆକର୍ଷଣୀୟ ମ୍ୟୁଜିକାଲ ଫାଉଣ୍ଡେସନ ଓ ଲେଜର୍ ଶୋ’ ଦେଖିବାକୁ ସନ୍ଧ୍ୟାରେ ଉତ୍ସୁକ ଦର୍ଶକ ତଥା ପର୍ଯ୍ୟଟକଙ୍କ ବେଶ୍ ସମାଗମ ହେବ ବୋଲି ଆଶା ରହିଛି ।

ରାଜ୍ୟ ଯୁବ ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଏବଂ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇଥିଲେ ।

 

Leave A Reply

Your email address will not be published.