Latest Odisha News

BREAKING NEWS

ଅନୁଗୁଳରେ ପୋଲିସ ଏନକାଉଣ୍ଟର, ଅପରାଧି ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲ୍ଲା ନିକଟସ୍ଥ ଡେରେଜାଙ୍ଗ ପ୍ରୋଜେକ୍ଟ ନିକଟରେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଏନକାଉଣ୍ଟରରେ ଜଣେ ଅପରାଧି ଗୁରୁତର ଆହତ ହୋଇଛି ।

ଅପରାଧିଜଣଙ୍କ ବିଲୁ ଖାନ ବୋଲି ଜଣାପଡିଥିବାବେଳେ ତାର ବାମ ଗୋଡ଼ରେ ଗୁଳି ବାଜିଛି । ଚିକିତ୍ସା ନିମନ୍ତେ ତାକୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବିଲୁ ଅନୁଗୁଳ ସହର ନିକଟ ଡେରେଜାଙ୍ଗ ପ୍ରୋଜେକ୍ଟ ନିକଟରେ ଥିବାର ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଏହିସମୟରେ ବିଲୁ ଖସିଯିବାକୁ ଚେଷ୍ଟା କରି ଅତର୍କିତ ଭାବେ ପୋଲିସ ଉପରକୁ ଗୁଳି ଚଳାଇ ଥିଲା ।ଏହାର ପାଲଟା ଜବାବରେ ପୋଲିସ ପକ୍ଷରୁ ଗୁଳି ଚାଳନା କରା ଯାଇଥିବା ବେଳେ ବିଲୁର ବାମ ଗୋଡ଼ରେ ଗୁଳି ବାଜିଥିଲା ।

ଅନ୍ୟପକ୍ଷରେ ବିଲୁ ପାଖରୁ ଗୋଟିଏ ପିସ୍ତଲ ଜବତ ହୋଇଥିବା ବେଳେ ତାର ଅନ୍ୟ ଦୁଇ ସହଯୋଗୀ ଫେରାର ହୋଇ ଯାଇଥିଲେ ।

ତେବେ ସେ ଅନେକ ଅପରାଧିକ ମାମଲାରେ ସଂଶ୍ଲିଷ୍ଟ ଥିବା ବେଳେ ଅନେକ ଦିନ ହେଲା ପୋଲିସ ତାକୁ ଧରିବାକୁ ଚେଷ୍ଟା ଚଳାଇ ଥିଲା । ନିକଟରେ ହୋଇଥିବା ସରଧାପୁର ପେଟ୍ରୋଲ ପମ୍ପ ଡକାୟତି ଏବଂ ବଳରାମପ୍ରସାଦ ଠାରେ ଫାଙ୍କା ଗୁଳି ଚାଳନା କରି ଏକ ମୋଟର କମ୍ପାନୀର କର୍ମଚାରୀଙ୍କ ମୋବାଇଲ ଓ ଲାପଟପ ଲୁଟ ଘଟଣାରେ ସମ୍ପୃକ୍ତ ଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.