Latest Odisha News

BREAKING NEWS

ଗାଈ ଚରଉଥିବା ବେଳେ ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ପାଲଲହଡ଼ା ଅଞ୍ଚଳରେ ଏକ ୧୩ ବର୍ଷର ନାବାଳିକା ଦୁଷ୍କର୍ମର ଶୀକାର ହୋଇଛି ।

ସୂତ୍ରରୁ ଜଣାପଡ଼ିଛି, ପୀଡ଼ିତା ଜଣକ ପଡ଼ିଆକୁ ଗାଈ ଚରଉଥିବା ସମୟରେ ଏହି ଘଟଣାଟି ଘଟିଛି । ନାବାଳିକା ଜଣକ ପଡ଼ିଆରେ ଏକୁଟିଆ ଗାଈ ଚରଉଥିବାର ସୁଯୋଗ ନେଇ ଜଣେ ଯୁବକ ତାକୁ ନିକଟସ୍ଥ ବୁଦା ନିକଟକୁ ଟେକିନେଇ ଦୁଷ୍କର୍ମ କରିଥିଲା ।

ଘଟଣା ସମ୍ପର୍କରେ ଅବଗତ ହୋଇ ପୀଡ଼ିତାର ପରିବାର ଲୋକମାନେ ନିକଟସ୍ଥ ଖମାର ଥାନାରେ ଏତଲା ଦେଇଛନ୍ତି । ପୋଲିସ ଛାନଭିନ କରି ଅଭିଯୁକ୍ତକୁ ଗିରଫ କରିଛି ।

ଅନ୍ୟ ଏକ ଘଟଣାରେ, ଗତ ମେ ୧୨ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଅନନ୍ତପୁର ଗ୍ରାମରେ ଜଣେ ୭ ବର୍ଷର ଶିଶୁକନ୍ୟା ଅସଦାଚରଣର ଶୀକାର ହୋଇଛି ।

ଝିଅଟି ବିବାହଭୋଜିରେ ଥିବା ସମୟରେ ଅସଦାଚରଣର ଶୀକାର ହୋଇଥିଲା । ପୁରୁଷୋତ୍ତମପୁର ଗ୍ରାମର ଅଭିଯୁକ୍ତ ମନୀନ୍ଦ୍ର ମଲ୍ଲୀକକୁ ପୋଲିସ ଚିହ୍ନଟ କରି ଗିରଫ କରିଥିବାର ସୂଚନା ମିଳିଛି ।

Leave A Reply

Your email address will not be published.