Latest Odisha News

ବଲାଙ୍ଗୀର ରେଳ ଧାରଣରୁ ମୃତଦେହ ଠାବ, ଆତ୍ମହତ୍ୟା ସନ୍ଦେହ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖୁଜେନପାଲି ରେଳ ଫାଟକ ନିକଟ ରେଳଧାରଣାରୁ ମୃତଦେହ ଠାବ । ମୃତକ ହେଲେ ବଲାଙ୍ଗୀର ବଣିକ ସଂଘର ସଭାପତି ତ୍ରିପୁରାରି ପାଣିଗ୍ରାହୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ରେଲଓ୍ବେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ମୁତାବକ, ଆଜି ସକାଳୁ ଖୁଜେନପାଲି ରେଳ ଫାଟକ ନିକଟ ଧାରଣାରେ ଜଣଙ୍କ ମୃତଦେହ ପଡିଥିବାର ଦେଖିଥିଲେ କିଛି ଲୋକେ । ଏହାପରେ ପୋଲିସ କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ରେଲୱେ ପୁଲିସ ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତେବେ ତ୍ରିପୁରାରି ପାଣିଗ୍ରାହୀ ଜିଲ୍ଲାର ଜଣେ ଜଣାଶୁଣ ବ୍ୟବସାୟୀ ହୋଇଥିବାବେଳେ, କିପରି ତାଙ୍କର ମୃତ୍ୟୁ ଘଟିଲା ଏନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ, ତଦନ୍ତ ପରେ ହିଁ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ।

 

Leave A Reply

Your email address will not be published.