Latest Odisha News

BREAKING NEWS

ଉପକାରୀ ପିସ୍ତା ବାଦାମ, ବଡ ଠୁ ବଡ ରୋଗର ବି ହୁଏ ସମାଧାନ

ଭୁବନେଶ୍ଵର: ସାଧାରଣତଃ ଲୋକମାନେ ଡ୍ରାଏ ଫୁଟ୍ ରେ ବାଦାମ ଖାଇବାକୁ ପରାମର୍ଶ ଦିଅନ୍ତି । କାରଣ ଡ୍ରାଏ ଫ୍ରୁଟ୍ ମଧୁମେହର ସ୍ତର ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ଡ୍ରାଏ ଫ୍ରୁଟ୍ ଖାଇବା ଉଚିତ୍ । ଡ୍ରାଏ ଫ୍ରୁଟ୍ ମଧ୍ୟରେ ପ୍ରାୟତଃ ଲୋକେ ପିସ୍ତା ବାଦାମ ଖାଇବାକୁ ପସନ୍ଦ କରନ୍ତି । ପିସ୍ତା ଖାଇବା ଦ୍ୱାରା ଶରୀରର ଅନେକ ରୋଗ ଭଲ ହୋଇଥାଏ। ଫାଇବର, ଭିଟାମିନ୍ କେ, ଭିଟାମିନ୍ ବି -୬, ଭିଟାମିନ୍ ଡି, ଭିଟାମିନ୍ ଇ, ଭିଟାମିନ୍ ସି, କାର୍ବୋହାଇଡ୍ରେଟ୍, ଆମିନୋ ଏସିଡ୍, ଭିଟାମିନ୍-ଏ, ପ୍ରୋଟିନ୍, କ୍ୟାଲସିୟମ୍, ମାଙ୍ଗାନିଜ୍ ଓ ଫୋଲେଟ୍ ପରି ଭିଟାମିନ ପିସ୍ତାରେ ପ୍ରଚୁର ପରିମାଣରେ ମିଳିଥାଏ । ଆସନ୍ତୁ ଜାଣିବା ପିସ୍ତା ଖାଇବାର ଲାଭ କ’ଣ?

ପିସ୍ତା ଖାଇବା ଶରୀରକୁ ଶକ୍ତି ମିଳିଥାଏ । ଏଥିରୁ ଭିଟାମିନ୍ ବି୬ ମିଳିଥାଏ । ପିସ୍ତା ଖାଇବା ଦ୍ବାରା ଶରୀରରେ ହିମୋଗ୍ଲୋବିନର ମାତ୍ରା ମଧ୍ୟ ବଢିଥାଏ । ପିସ୍ତା ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିରୁ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ, ଯାହା ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଯଦି ଆପଣଙ୍କ ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ କିଛି ପିସ୍ତା ବାଦାମ ସେବନ କରନ୍ତୁ । ମଧୁମେହରେ ପୀଡିତ ଲୋକଙ୍କ ପାଇଁ ପିସ୍ତା ଉପକାରୀ |

ପିସ୍ତାରେ ପ୍ରଚୁର ମାତ୍ରାରେ ଗ୍ଲାଇସେମିକ ଇଣ୍ଡେକ୍ସ ରହିଛି ଯାହା ଖାଦ୍ୟ ପରେ ରକ୍ତରେ ଶର୍କରା ସନ୍ତୁଳନ କରିବା ସହିତ ଡାଇବେଟିସ ଠାରୁ ରକ୍ଷା କରିଥାଏ । ରିବୋଫ୍ଲେବିନ ଏବଂ ଏଲ – କାର୍ନିଟାଇନ ପୋଷଣ ଯୁକ୍ତ ପିସ୍ତା ଦ୍ୱାରା ମସ୍ତିକର କୋଷ ବୃଦ୍ଧି ହୋଇଥାଏ । ପିସ୍ତାରେ ମାଇକ୍ରୋନ୍ୟୁଟ୍ରିନେଟ ତଥା କ୍ୟାଲସିୟମ ଏବଂ ଫସଫରସରେ ଭରପୁର ରହିଥାଏ ତେଣୁ ତାହା ହାଡ ଏବଂ ଦାନ୍ତକୁ ଶକ୍ତିଶାଳୀ କରେ । ଏଥିରେ ଥିବା ସ୍ୱାସ୍ଥ୍ୟକର ଫାଇବର ଓଜନ କମାଇବାରେ ଏବଂ ହଜମ କ୍ରିୟା ବୃଦ୍ଧି କରିଥାଏ । ପ୍ରତିଦିନ ପିସ୍ତା ବାଦାମର ସେବନ ଦ୍ୱାରା କେଶ ସମସ୍ୟା ତଥା କେଶ ଝଡା, ରୁପି ଏବଂ କେଶର ଶୁଷ୍କତାରୁ ମଧ୍ୟ ଉପଶମ ମିଳିଥାଏ ।

 

Leave A Reply

Your email address will not be published.