Latest Odisha News

BREAKING NEWS

ଆଶ୍ଚର୍ଯ୍ୟ କରିଦେବ ଏହି ରିପୋର୍ଟ, ମୁହାକୁମ୍ଭ ଗଙ୍ଗା ପାଣିରୁ ମିଳିଲା ଏହି ହାନିକାରର ଜୀବାଣୁ

ପ୍ରୟାଗରାଜ: ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ବେଳେ ଗଙ୍ଗା-ଯମୁନା ପାଣିରେ ପ୍ରଦୂଷଣ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)କୁ ଏକ ରିପୋର୍ଟ ପ୍ରଦାନ କରାଯାଇଛି । ରିପୋର୍ଟରେ କୁହାଯାଇଛି ଯେ ମହାକୁମ୍ଭ ସମୟରେ ପ୍ରୟାଗରାଜରେ ଫେକଲ କୋଲିଫର୍ମ ଜୀବାଣୁର ପରିମାଣ ବୃଦ୍ଧି ପାଇଛି, ଯାହାଦ୍ୱାରା ନଦୀରେ ପ୍ରଦୂଷଣର ସ୍ତର ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ମହାକୁମ୍ଭ ଆରମ୍ଭ ଦିନଠାରୁ ଏହି ଜୀବାଣୁର ମାତ୍ରା ଦିନକୁ ଦିନ ବୃଦ୍ଧି ପାଇଛି । ଯାହା ମହାକୁମ୍ଭରେ ବୁଡ ପକାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ ବିପଜ୍ଜନକ ଅଟେ ।

ରିପୋର୍ଟରେ କୁହାଯାଇଛି ଯେ, ନଦୀରେ ମିଶୁଥିବା ମଇଳା ନର୍ଦ୍ଦମା ପାଣିରେ ପେକଲ କୋଲିଫର୍ମର ମାତ୍ରା ପ୍ରତି ୧୦୦ ମିଲିରେ ୨୫୦୦ ୟୁନିଟ୍ ଥିବା ନେଇ ରେକର୍ଡ କରାଯାଇଛି । ପ୍ରୟାଗରାଜରେ ଗଙ୍ଗା ଏବଂ ଯମୁନା ନଦୀକୁ ନର୍ଦ୍ଦମା ଜଳ ଛଡାଯିବା ସମ୍ପର୍କିତ ଏକ ମାମଲାର ଶୁଣାଣି ଏବେ ଏନଜିଟି କରୁଛି। ମହାକୁମ୍ଭମେଳା ପାଇଁ ସ୍ୱେରେଜ୍ ପରିଚାଳନା ଯୋଜନା ସମ୍ପର୍କରେ ଏନଜିଟି ପୂର୍ବରୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଜାରି କରିସାରିଛି।

ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ ଭକ୍ତମାନେ ଯେଉଁଠାରେ ବୁଡ଼ ପକାଇବାକୁ ଯାଉଛନ୍ତି, ସେହି ପାଣିର ଗୁଣବତ୍ତା ବିଷୟରେ ସେମାନଙ୍କୁ ପୂର୍ବରୁ ସୂଚନା ଦେବାକୁ । ମାତ୍ର ନିର୍ଦ୍ଦେଶରେ ଅବହେଳା ହୋଇଥିବା ନେଇ ଜଣାପଡିଛି । ଡିସେମ୍ବର ୨୦୨୪ରେ ହିଁ ଏନଜିଟି ତାଙ୍କ ନିର୍ଦ୍ଦେଶରେ କହିଥିଲେ ଯେ ମହାକୁମ୍ଭ ସମୟରେ ପ୍ରୟାଗରାଜରେ ଗଙ୍ଗା ଜଳର ପର୍ଯ୍ୟାପ୍ତ ଉପଲବ୍ଧତା ରହିବା ଉଚିତ ଏବଂ ଏହି ଜଳ ସ୍ନାନ ଏବଂ ପିଇବା ପାଇଁ ଉପଯୁକ୍ତ ହେବା ଉଚିତ।

ତେବେ ଏହା ପ୍ରଥମ ଥର ନୁହେଁ। ୨୦୧୯ ମସିହାରେ ପ୍ରୟାଗରାଜ କୁମ୍ଭ ଉପରେ ସିପିସିବି ରିପୋର୍ଟରେ କୁହାଯାଇଥିଲା ଯେ ମୁଖ୍ୟ ସ୍ନାନ ଦିବସଗୁଡ଼ିକରେ ମଧ୍ୟ ପାଣିର ଗୁଣବତ୍ତା ଖରାପ ଥିଲା। ୨୦୧୯ କୁମ୍ଭମେଳାରେ ୧୩୦.୨ ନିୟୁତ ଭକ୍ତ ଯୋଗ ଦେଇଥିଲେ। ରିପୋର୍ଟ ଅନୁଯାୟୀ, କରସର ଘାଟରେ ବିଓଡି ଏବଂ ଫେକଲ କୋଲିଫର୍ମର ସ୍ତର ଆବଶ୍ୟକତା ଠାରୁ ଅଧିକ ଥିଲା । ମୁଖ୍ୟ ସ୍ନାନ ଦିନ ଗୁଡ଼ିକରେ, ସନ୍ଧ୍ୟା ଅପେକ୍ଷା ସକାଳେ ବିଓଡି ସ୍ତର ଅଧିକ ଥିଲା। ଯମୁନାରେ ଦ୍ରବୀଭୂତ ଅମ୍ଳଜାନର ସ୍ତର ମାନଦଣ୍ଡ ମଧ୍ୟରେ ଥିଲା କିନ୍ତୁ ବିଭିନ୍ନ ସମୟରେ ପିଏଚ, ବିଓଡି ଏବଂ ଫେକଲ କୋଲିଫର୍ମ ସ୍ଥର ଆବଶ୍ୟକତା ଠାରୁ ଅଧିକ ଥିଲା ।

Comments are closed.