Latest Odisha News

ଥରେ ଏମିତି ଘରେ ବନାନ୍ତୁ ଦହି ଲସି, ପାଟିରୁ ଛାଡିବନି ସ୍ଵାଦ

ଭୁବନେଶ୍ଵର: ଖରାଦିନ ଆସିଲାଣି । ଖରା ଦିନରେ ଶରୀରକୁ ଥଣ୍ଡା କରିବା ପାଇଁ ଲୋକମାନେ ଅନେକ ପ୍ରକାର ଉପାୟ କରନ୍ତି। ଡେଲି ଡାଏଟରେ ବହୁତ ସାରା ବହୁତ କିଛି ହେଲଦି ଫୁଡସକୁ ସାମିଲ କରାଯାଏ କିନ୍ତୁ ଏହି ଋତୁରେ ଦହିରେ ପ୍ରସ୍ତୁତ ଲସିର ମଜା ବହୁତ ଅଲଗା ହୋଇଥାଏ। ଯଦି ଆପଣ ବି ଖରାଦିନେ ଦହିର କିଛି ପାନୀୟ ତିଆରି କରିବାକୁ ଚାହୁଁଥାନ୍ତି, ତେବେ ଲସି ହେଉଛି ସବୁଠୁ ଭଲ ବିକଳ୍ପ। ଉପବାସ ବ୍ରତରେ ମଧ୍ୟ ଶରୀରରେ ଜଳୀୟ ଅଂଶ ନକମିବା ପାଇଁ ଆପଣ ଏହି ଲସି କରି ପିଇପାରିବେ । ତେବେ ଆସନ୍ତୁ ଜାଣିବା ଘରେ କେମିତି ବନାଇବେ ସୁସ୍ଵାଦୁ ଦହି ଲସି।

ଆବଶ୍ୟକ ସାମଗ୍ରୀ:

ଦହି, ଚିନି, ବରଫ, ରାବିଡି, ପିସ୍ତା, କାଜୁ, ଚେରୀ, ବନ୍‌ ଭିଟା, ନଡ଼ିଆ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ପାତ୍ରରେ କିଛି ଦହି ଆଣନ୍ତୁ। ସେଥିରେ ଆବଶ୍ୟକ ଅନୁଯାୟୀ ଚିନି ଓ ବରଫ ପକାଇ ଗ୍ରାଇଣ୍ଡିଂ କରନ୍ତୁ। ଗ୍ରାଇଣ୍ଡିଂ ହୋଇଯିବା ପରେ ଏହାକୁ ଏକ ଗ୍ଲାସରେ କାଢି ଦିଅନ୍ତୁ। ସେଥିରେ ଛୋଟ ଛୋଟ ପିସ୍‌ କରି କଟାଯାଇଥିବା କାଜୁ କିସ୍ ମିସ୍ ଓ ପିସ୍ତା ପକାନ୍ତୁ। ଏହା ପରେ ସେଥିରେ ଆବଶ୍ୟକ ଅନୁଯାୟୀ ରାବିଡ଼ି ଓ ବନ ଭିଟା ପକାନ୍ତୁ। ପରେ ଲସିରେ କୋରା ନଡ଼ିଆ ଓ ଚେରୀ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଦହି ଲସି।

 

 

Comments are closed.