ଭୁବନେଶ୍ୱର: କୁଖ୍ୟାତ ଚେନ ଲୁଟେରା ଦେବୀପ୍ରସାଦ ରାଉଳ ଓରଫ ସୋନୁ ଗିରଫ। ସୋନୁର ପ୍ରେମିକା ମଧ୍ୟ ଗିରଫ। ଉଭୟଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ। ଡେଲ୍ଟା ଛକରୁ ଜଣେ ମହିଳାଙ୍କ ବେକରୁ ଚେନ୍ ଛିନତାଇ କରିବା ଅଭିଯୋଗରେ ପ୍ରେମୀ ଯୁଗଳ ଗିରଫ। ଉଭୟଙ୍କ ନିକଟରୁ ୨ଟି ସୁନାଚେନ୍ ଜବତ କରାଯାଇଛି। ସୋନୁ ନିଜର ସହଯୋଗୀ ସହ ବାଇକରେ ଘୁରି ବୁଲନ୍ତି। ସୋନୁ ବାଇକ ଚଳାଉଥିବା ବେଳେ ସହଯୋଗୀ ମହିଳା ବେଶରେ ବାଇକ ପଛରେ ବସେ। ନକଲି ଲମ୍ବା ଚୁଟି ସହ ମହିଳାଙ୍କ ଡ୍ରେସ ପିନ୍ଧି ମୁହଁ ଘୋଡେଇ ଥାଏ।
ସିସିଟିଭି ଓ ସାଧାରଣଲୋକଙ୍କୁ ଧୋକା ଦେବାକୁ ଏଭଳି ଉପାୟ ଆପଣେଇଥିଲା। ରାସ୍ତାରେ ଯାଉଥିବା ଏକୁଟିଆ ମହିଳାଙ୍କୁ ଦେଖିଲେ ଲୁଟ କରନ୍ତି। ସୋନୁ ଚୋରି ଗହଣାକୁ ନେଇ ନିଜ ପ୍ରେମିକାକୁ ଦେଉଥିଲା। ସୋନୁ ପ୍ରେମିକା ଲୁଟ ଗହଣାକୁ ଏକ ଫାଇନାନ୍ସ କମ୍ପାନୀରେ ବନ୍ଧା ପକେଇ ଟଙ୍କା ଆଣୁଥିଲେ। ଅଭିଯୁକ୍ତ ନାମରେ ଖୋର୍ଦ୍ଧା ଟାଉନ ଥାନା, ଚନ୍ଦ୍ରଶେଖରପୁର ଥାନା, ନୟାପଲ୍ଲୀ ଥାନା, ତମାଣ୍ଡୋ ଥାନା ଏବଂ ଚନ୍ଦକା ଥାନା ଅଧୀନରେ ମୋଟ ୧୦ ଛିନ ତାଇ ମାମଲାରେ ଜଡ଼ିତ ଥିବା ମଧ୍ୟ ଜଣାପଡିଛି।
Comments are closed.