କେନ୍ଦ୍ରାପଡ଼ା: ଛାତି ବିନ୍ଧୁଥିବା ରୋଗୀଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେଲେ ଫାର୍ମାସିଷ୍ଟ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ।
ସୂଚନା ମୁତାବକ, ଅନନ୍ତ ଜେନା ନାମକ ଜଣେ ଯୁବକଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ କରିଲୋପାଟଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ । ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କ ନିକଟରେ ଜଣେ କୁକୁର କାମୁଡା ରୋଗୀ ବସିଥିଲେ । ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ସୁଧୀର ଦଳାଇ ଏକ କୁକୁର କାମୁଡା ଇଞ୍ଜେକସନ ଆଣି ସମ୍ପୃକ୍ତ ରୋଗୀଙ୍କୁ ଦେବା ପରିବର୍ତ୍ତେ ଅନନ୍ତଙ୍କ ଦେହରେ ଫୋଡ଼ି ଦେଇଥିଲେ । ଏହାପରେ ଏଥିରେ ଅନନ୍ତ ଭୟଭୀତ ହୋଇ ପଡିଥିଲେ । ଇଞ୍ଜେକ୍ସନ ନେବା ପରେ ତାଙ୍କ ମୁଣ୍ଡ ବୁଲାଇ ବାନ୍ତି ହୋଇଥିଲା । ଏହାପରେ ଫାର୍ମାସିଷ୍ଟ ସୁଧିର ଅନନ୍ତଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ଏପଟେ ଭୁଲ ବଶତଃ ଏପରି ହୋଇଯାଇଛି ବୋଲି ଫାର୍ମାସିଷ୍ଟ ସୁଧୀର ଦଳାଇ ସଫେଇ ଦେଇଛନ୍ତି ।