Latest Odisha News

BREAKING NEWS

ମହାସାଗର କୂଳରେ ଅବତରଣ କରୁଛି ବିମାନ, ଜାଣନ୍ତୁ କେଉଁଠି

ଏରୋପ୍ଲେନ କେଉଁଠି ଅବତରଣ କରେ ବୋଲି ପ୍ରଶ୍ନ କଲେ, ପ୍ରାୟ ସମସ୍ତେ ଏହାର ଉତ୍ତର ରନୱେ ବୋଲି କହିବେ । ଆପଣ କେବେ ଶୁଣିଛନ୍ତି କି କୌଣସି ବିମାନ ମହାସାଗର କୂଳରେ ଅବତରଣ କରିବା !

ଦୁନିଆରେ ଏମିତି ଏୟାରପୋର୍ଟ ରହିଛି, ଯାହା ମହାସାଗର କୂଳରେ ଅବତରଣ କରିଥାଏ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ଏକଦମ ସତ । ଏମିତି ଏକ ଏୟାରପୋର୍ଟ ରହିଛି ସ୍କଟ୍‌ଲାଣ୍ଡର ‘ବାରା’ ଦ୍ୱୀପରେ।

ଉତ୍ତର ଆଟଲାଣ୍ଟିକ୍‌ ମହାସାଗର କୂଳରେ ଅବସ୍ଥିତ ଏହି ଏୟାରପୋର୍ଟର ବିଶେଷତ୍ୱ ଏହିକି ଯେ ଏହାର ରନ୍‌ଓ୍ବେ ନାହିଁ। ମହାସାଗର କୂଳରେ ବିମାନ ଲ୍ୟାଣ୍ଡ୍‌ କରିଥାଏ। ଉଚ୍ଚ ଜୁଆର ଆସିଲେ ଲ୍ୟାଣ୍ଡିଂ ପାଇଁ ବାରଣ କରାଯାଇଥାଏ। ଏଠାରେ କେବଳ ସିଡ୍ୟୁଲ ପ୍ଲେନ୍‌ ହିଁ ଲ୍ୟାଣ୍ଡ୍‌ କରିଥାଏ।

ଏହା ଗ୍ଲାସଗୋ ଏୟାରପୋର୍ଟ ସହିତ ଯୋଡ଼ା ହୋଇଛିି। ଝଡ଼ତୋଫାନ ଆସିବାର ସୂଚନା ମିଳିଲେ ଏହି ଏୟାରପୋର୍ଟକୁ ବନ୍ଦ କରିଦିଆଯାଉଥିବା ବେଳେ ବିମାନ ଉଡ଼ାଣକୁ ମଧ୍ୟ ରଦ୍ଦ କରାଯାଇଥାଏ । ଏହି ଏୟାରପୋର୍ଟରେ ଛୋଟ ବିମାନଗୁଡ଼ିକ ଅବତରଣ କରିଥାନ୍ତି।

Leave A Reply

Your email address will not be published.