Latest Odisha News

BREAKING NEWS

ଯୁବତୀଙ୍କୁ ଘରୁ ଟେକି ନେଇ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲା: ଇସ୍ପାତନଗରୀ ରାଉରକେଲାରେ ପୁଣି ଲଜ୍ୟା । ଜଣେ ଆଦିବାସୀ ଯୁବତୀଙ୍କୁ ଗଣଦୁଷ୍କର୍ମ ଭଳି ଆସିଛି ସଂଙ୍ଗୀନ ଅଭିଯୋଗ । ୩ ଯୁବକ ଘରୁ ଉଠାଇନେଇ ଗଣଦୁଷ୍କର୍ମ କରିଥିବା ଖୋଦ ଯୁବତୀଙ୍କ ପରିବର ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ନ୍ୟାୟ ପାଇଁ ପରିବାର ଲୋକେ ଛେଣ୍ଡ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏପରି ଲଜ୍ଜାଜନକ ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି ।

ସୂଚନା ମୁତାବକ, ଗୁରୁଣ୍ଡିଆ ଅଂଚଳର ଯୁବତୀ ଜଣକ ରାତିରେ ଶୌଚ ପାଇଁ ବାହାରକୁ ଯାଇଥିଲେ । ଏହି ସମୟରେ ଦୁଇଟି ବୋଲେରୋରେ ୩ଜଣ ଯୁବକ ଆସି ତାଙ୍କୁ ଉଠାଇ ନେଇଥିଲେ । ସେମାନେ ତାଙ୍କ ରାଉରକେଲା ଏରୋଡ୍ରମ ପଡିଆ ପଛପଟେ ଥିବା ଓମ୍‌ଫେଡ ଫ୍ୟାକ୍ଟ୍ରି ନିକଟକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଏହାରା ଯୁବତୀଙ୍କୁ ସେଠାରେ ଛାଡି ପଳାଇଯାଇଥିଲେ ଅଭିଯୁକ୍ତ । ପରେ ସକାଳୁ କିଛି ଲୋକେ ଯୁବତୀଙ୍କ ଦେଖି ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ । ପୋଲିସ ପୁରା ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.