Latest Odisha News

BREAKING NEWS

ଟିଭି କେବୁଲ୍ ସଜାଡିବା ବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ସୁବଣ୍ଣପୁର: ସୁବଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କଳାପଥର ନୁଆଁପାଲି ଠାରେ ଘଟିଛି ଅଘଟଣ l ଟିଭି କେବୁଲ୍ ସଜାଡ଼ିବାକୁ ଯାଇ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବୀରମହାରାଜପୁର ଅଞ୍ଚଳର ଟିଠିପାଳି ଗ୍ରାମର ଜ୍ୟୋତି ରଞ୍ଜନ ଖମାରୀ ବୋଲି ଜଣାପଡିଛି ।

ଖବର ମୁତାବକ, କଳାପଥର ନୁଆଁପାଲି ଠାରେ ଟିଭି କେବୁଲ୍ କନେକ୍ସନ ନ ଚାଲିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ଜ୍ୟୋତି ରଞ୍ଜନ ଖମାରୀ ଡିସ୍ କେବୁଲ୍ ସଜାଡ଼ିବାକୁ ଆଜି ଖୁଣ୍ଟିରେ ଚଢିଥିବାବେଳେ, ସେଠାରେ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସିଯାଇଥିଲେ ।

ଏହପରେ ସ୍ଥାନୀୟ ଲୋକେ ମୃତକଙ୍କୁ ବୀରମହାରାଜପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାଟି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଖବରପାଇ ଘଟଣା ସ୍ଥଳରେ ବୀରମହାରାଜପୁର ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.